Thu. Oct 1st, 2026

୨୦୦ କୋଟିରେ ବିକ୍ରି ହେଲା ଆର କେ ଷ୍ଟୁଡିଓ

230 Views

ମୁମ୍ବାଇ, ୨୮/୧୦: ବଲିଉଡର ପ୍ରଥମ ସୋ’ ମ୍ୟାନ୍‌ ରାଜ କପୁରଙ୍କ ଦ୍ୱାରା ପ୍ରତିଷ୍ଠିତ ଆର୍‌.କେ ଷ୍ଟୁଡିଓସ୍‌ ଗତ କିଛି ମାସ ଧରି ଖୁବ୍‌ ଚର୍ଚ୍ଚାରେ ରହିଛି।ଏହି ଷ୍ଟୁଡିଓ ବିକ୍ରି ହେବ ବୋଲି ଅନେକ କିଛି ଦିନ ଧରି ଚାଲିଛି।
ଏବେ ଏହି ଡିଲ୍‌ ଫାଇନାଲ୍‌ ହୋଇଯାଇଥିବା ଜଣାଯାଇଛି। ଆରକେ ଷ୍ଟୁଡିଓସ କୁ ଗୋଦେରେଜ୍‌ ପ୍ରପର୍ଟି କିଣି ନେଇଥିବା ଜଣାଯାଇଛି। ଏହାକୁ ଏହି କଂପାନି ୨୦୦ କୋଟି ଟଙ୍କାରେ କିଣିଥିବାର ସୂଚନା ମିଳିଛି। ଗୋଦରେଜ କଂପାନିର ମାଲିକ କହିଛନ୍ତି ଯେ,ଏହି ମୂଲ୍ୟ ବଜାରଠୁଁ ଅଧିକ କି କମ୍‌ ତାହା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଖୁବ୍‌ ଶୀଘ୍ର ଏ ସଂପର୍କରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ ବୋଲି ଜଣାଯାଇଛି।
ଏଠାରେ ସୂଚନାଯୋଗ୍ୟ ଯେ,କପୁର ପରିବାର ପକ୍ଷରୁ ଆର କେ ଷ୍ଟୁଡିଓସ ବା ଅନ୍ୟୁନ୨୫୦ କୋଟି ଟଙ୍କାରେ ବିକ୍ରି କରିବା ଲାଗି ଯୋଜନା କରାଯାଇଥିଲା। ଏହାପରେ କେତେକ ବିଲଡର୍‌ ଏହାକୁ ୧୫୦ କୋଟିରେ କିଣିବା ଲାଗି ପ୍ରସ୍ତାବ ଦେଇଥିଲେ।ମାତ୍ର ରାଜ କପୁରଙ୍କ ବଡ଼ ପୁଅ ରଣଧୀର କପୁର ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ।


ଆରକେ ଷ୍ଟୁଡିଓକୁ ନେଇ ଅଭିନେତ୍ରୀ କରିନା କପୁର୍‌ ଖାନ୍‌ ସମ୍ବେଦନଶୀଳ ଥିବା କୁହାଯାଇଛି।

By amfnews

Related Post