Sat. Sep 12th, 2026

୨୦ରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ!

336 Views

ନୂଆଦିଲ୍ଲୀ  :  କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ଆଗାମୀ ୨୦ ତାରିଖରେ କରିବେ ବୋଲି ଜଣାଯାଇଛି। ଏନେଇ ସେ ଗତକାଲି ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। କର୍ଣ୍ଣାଟକରେ ନିକଟରେ ଆସିଥିବା ବନ୍ୟା ସଂପର୍କିତ କ୍ଷୟକ୍ଷତି ଓ ରାଜ୍ୟ କ୍ୟାବିନେଟର ସଂପ୍ରସାରଣ ନେଇ ଆଲୋଚନା ହୋଇଥିବା କୁହାଯାଉଛି। କେଉଁମାନଙ୍କୁ ମନ୍ତ୍ରୀ କରାଯିବ ତାର ରୂପରେଖ ବି ପ୍ରସ୍ତୁତ ହୋଇଛି।

ବି ଏସ ୟେଦୁରପ୍ପା ଙ୍କର ଏହି ମନ୍ତ୍ରିମଣ୍ଡଳରେ ୧୬ଜଣଙ୍କୁ ସାମିଲ କରାଯିବ ବୋଲି ସୂଚନା ମିଳିଛି। ଆଉ କେତେକ କଂଗ୍ରେସ ଏବଂ ଜେଡିଏସ ବିଦ୍ରୋହୀଙ୍କୁ ବି ଏଥିରେ ସ୍ଥାନ ମିଳିବ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ ବି ଏସ ୟେଦୁରପ୍ପା ଗତ ଜୁଲାଇ ୨୬ ତାରିଖରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଥିଲେ ।ସେହି ଦିନଠାରୁ କର୍ଣ୍ଣାଟକର କ୍ୟାବିନେଟର ସଂପ୍ରସାରଣ କେବେ ହେବ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା।ଆହୁରି ମଧ୍ୟ ଚର୍ଚ୍ଚା ହେଉଛି ଏଥର ମନ୍ତ୍ରିମଣ୍ଡଳରେ କିଛି ନୂଆ ମୁହଁଙ୍କୁ ସ୍ଥାନ ମିଳିବ।

By amfnews

Related Post