Sun. Sep 27th, 2026

୨ ବାଇକ୍‌ ମୁହାଁମୁହିଁ, ୨ ମୃତ ଓ ୨ ଆହତ

286 Views

ସୁନ୍ଦରଗଡ଼: ଦୁଇଟି ବାଇକ୍‌ ମଧ୍ୟରେ ବୁଧବାର ଅପରାହ୍ନରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ଆହତ ଦ୍ୱୟଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ୨ ମୃତ ଦେହ ଜବତ କରିଛି। ପୁଲିସ ୨ ବାଇକ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି।

ସୂଚନା ଅନୁସାରେ ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ କିରୋଇ ମହୁଲଯୋର ରାସ୍ତାରେ ଆଜି ଅପରାହ୍ନରେ ଦ୍ରୁତ ଗତିରେ ଯାଉଥିବା ୨ଟି ବାଇକ୍‌ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ବ୍ୟକ୍ତି ଧନୁଆଡିହି ଥାନା ଅନ୍ତର୍ଗତ ବେରୁଆବେଡି ଗ୍ରାମର ନବୀନ ବୋଲି ଜଣାପଡ଼ିଛି। ଅନ୍ୟବ୍ୟକ୍ତି ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଡୁମାବାହାଲ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

By amfnews

Related Post