Mon. Sep 21st, 2026

୨ ଦିନର ବିରତି ପରେ ଆଜିଠୁ ପୁଣି ଉଚ୍ଛେଦ ଅଭିଯାନ

372 Views

ପୁରୀ : ଦୁଇ ଦିନର ବିରତି ପରେ ଆଜିଠାରୁ ପୁଣି ଶ୍ରୀମନ୍ଦିରର ୭୫ ମିଟର ପରିଧି ଭିତରେ ଉଚ୍ଛେଦ ଅଭିଯାନ ଚାଲିବ। ଆଜି ପୁରାତନ ଐତିହ୍ୟ ସମ୍ପନ୍ନ ବଡ଼ ଆଖଡ଼ା ମଠ ଭଙ୍ଗାଯିବ।

ଐତିହାସିକଙ୍କ କହିବାନୁଯାୟୀ, ଜଗନ୍ନାଥ ମନ୍ଦିରକୁ ବର୍ହିଃ ଶତ୍ରୁ  ଆକ୍ରମଣରୁ ରକ୍ଷା ଉଦ୍ଦେଶ୍ୟରେ ୧୪୦୨ ମସିହାରେ ବୈଷ୍ଣବ ନାଗା ସାଧୁଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା ଏହି ମଠ। ଏହା ପୂର୍ବରୁ ମେଘନାଦ ପାଚେରୀ ସଂଲଗ୍ନ ଲଙ୍ଗୁଳି ମଠ ଓ ଏମାର ମଠକୁ ଉଚ୍ଛେଦ କରାଯାଇସାରିଛି । ଆହୁରି କିଛି ପୁରୁଣା ମଠ ଭାଙ୍ଗିବାକୁ ବି ତାଲିକା ପ୍ରସ୍ତୁତ କରିସାରିଛି ଜିଲ୍ଲା ପ୍ରଶାସନ ।

କୁମ୍ଭମେଳାରେ ଅନୁଷ୍ଠିତ ୧୮ ନାଗା ଆଖଡ଼ା ଏହି ବଡ଼ ଆଖଡ଼ା ମଠର ମହନ୍ତଙ୍କୁ ନିଯୁକ୍ତି ଦେଇଥାନ୍ତି । ଏହି ଆଖଡ଼ା ପରିଷଦ ଦ୍ୱାରା ନିଯୁକ୍ତ ମହନ୍ତଙ୍କ ଇଚ୍ଛାପତ୍ର ମୁତାବକ ବର୍ତ୍ତମାନର ମହନ୍ତ ଶ୍ରୀମହନ୍ତ ହରି ନାରାୟଣ ଦାସ ଗାଦିରେ ଅଧିଷ୍ଠିତ ଅଛନ୍ତି । ଏହି ମଠର ମୁଖ୍ୟ ମନ୍ଦିରରେ ବିଜେ କରିଛନ୍ତି ମହାପ୍ରଭୁ ରାମଚନ୍ଦ୍ର, ଲକ୍ଷ୍ମଣ, ସୀତା, ନାଗା ଆଖଡ଼ାର ମୁଖ୍ୟ ଦେବତା ହନୁମାନ, ଜଗନ୍ନାଥ, ଶାଳଗ୍ରାମ, ଚାରିଧରାମ ଠାକୁରଙ୍କ ପ୍ରତିନିଧି।

By amfnews

Related Post