Sun. Oct 4th, 2026
428 Views

ଚନ୍ଦ୍ରଶେଖରପୁର, ଡିସେମ୍ବର ୨୯: ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଆଇଟି କମ୍ପାନିର ଦୁଇ ଇଂଜିନିୟରଙ୍କୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଚନ୍ଦ୍ରଶେଖର ମହାନ୍ତି ଓ ବିଭୁ ବେହେରା। କମ୍ପାନି ପରିଚାଳନା ନିର୍ଦେଶକ ଉଭୟଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଅନୁଯାୟୀ ଚନ୍ଦ୍ରଶେଖର ଓ ବିଭୁ ଗତ କିଛି ବର୍ଷ ହେବ କମ୍ପାନିର ବିଭିନ୍ନ ଡିଜାଇନ୍ ଓ ସଫ୍ଟୱେର୍‌କୁ ଚୋରିକରି ବାହାରେ ଗ୍ରାହକମାନଙ୍କୁ ବିକ୍ରି କରୁଥିଲେ। ଏ ସଂପର୍କରେ କମ୍ପାନି କର୍ତୃପକ୍ଷ ଜାଣିବା ପରେ ଖୋଳତାଡ଼ କରାଯାଇଥିଲା। ଅଭିଯୁକ୍ତ ଦ୍ବୟ କମ୍ପାନିର ସମସ୍ତ ଫର୍ମୁଲା ଚୋରିକରି ବାହାରେ ଲକ୍ଷାଧିକ ଟଙ୍କାରେ ବିକ୍ରି କରୁଥିବା ଜଣାପଡ଼ିଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ ଉଭୟଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି।

By amfnews

Related Post