Mon. Sep 21st, 2026

୧୯୮୭ ହାଶିମ୍‌ପୁରା ଗଣହତ୍ୟା ମାମଲା: ୧୬ ପୂର୍ବତନ ପୁଲିସଙ୍କୁ ଯାବଜ୍ଜୀବନ କରାଦଣ୍ଡ ଦେଲେ ଦିଲ୍ଲୀ ହାଇକୋର୍ଟ

544 Views

ନୂଆଦିଲ୍ଲୀ: ୧୯୮୭ ମସିହା ଉତ୍ତର ପ୍ରଦେଶ ଅନ୍ତର୍ଗତ ହାଶିମପୁରା ଗଣହତ୍ୟା ମାମଲାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ୪୨ ଜଣ ଲୋକଙ୍କୁ ହତ୍ୟା କରିଥିବା ଯୋଗୁଁ ବୁଧବାର ଦିନ ଦିଲ୍ଲୀ ହାଇକୋର୍ଟ ୧୬ ଜଣ ପୁଲିସଙ୍କୁ ଯାବଜ୍ଜୀବନ କାରାଦଣ୍ଡାଦେଶ ଦେଇଛନ୍ତି।

ହାଇକୋର୍ଟ କହିଲେ ଯେ ଗଣସଂହାରରେ ପୁଲିସ ନିରସ୍ତ୍ର ଏବଂ ପ୍ରତିରକ୍ଷାରହିତ ଲୋକଙ୍କୁ ଲକ୍ଷ୍ୟ କରି ହତ୍ୟା କରିଥିଲା।

ଅଭିଯୁକ୍ତମାନଙ୍କୁ ଦୋଷମୁକ୍ତ କରିଥିବା ଟ୍ରାଏଲ୍‌ କୋର୍ଟଙ୍କ ରାୟକୁ ବିଚାରପତି ଏସ୍‌ ମୁରଲୀଧର ଏବଂ ବିନୋଦ ଗୋଏଲ୍‌ଙ୍କ ଖଣ୍ଡପୀଠ ଓଳଟାଇ ଦେଇଥିଲେ।

ହାଇକୋର୍ଟ ୧୬ ଜଣ ପୂର୍ବତନ ପ୍ରୋଭିନ୍‌ସିଆଲ୍‌ ଆର୍ମଡ୍‌ କନ୍‌ଷ୍ଟାବୁଲାରି ପର୍ସୋନେଲ୍‌ଙ୍କୁ ନରହତ୍ୟା, ଅପହରଣ, ଅପରାଧିକ ଷଡ଼ଯନ୍ତ୍ର ଏବଂ ପ୍ରମାଣ ନଷ୍ଟ ଦୋଷରେ ଭାରତୀୟ ପିଙ୍ଗଳ କୋଡ୍‌ ଅଧୀନରେ ଦୋଷୀ ସାବ୍ୟସ୍ତ କରିଥିଲେ।

ଏହି ମାମଲାରେ ଟ୍ରାଏଲ୍‌ କୋର୍ଟ ନରହତ୍ୟା ଏବଂ ଅନ୍ୟାନ୍ୟ ଅପରାଧରେ ସମ୍ପୃକ୍ତ ୧୬ ଜଣ ପୁଲିସବାଲାଙ୍କୁ ଦୋଷମୁକ୍ତ କରିଥିବା ଟ୍ରାଏଲ୍‌ କୋର୍ଟଙ୍କ ରାୟ ବିରୋଧରେ ଚାଲେଞ୍ଜ୍‌ କରି ଦାଏର୍‌ କରାଯାଇଥିବା ଆବେଦର ଶୁଣାଣି କରି ହାଇକୋର୍ଟ ରାୟ ଦେଇଛନ୍ତି।

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ନ୍ୟାୟ ପାଇବାକୁ ପୀଡ଼ିତମାନଙ୍କ ପରିବାର ୩୧ ବର୍ଷ ଅପେକ୍ଷା କଲେ, ସେମାନଙ୍କ କ୍ଷତିକୁ ଆର୍ଥିକ ସହାୟତା ପୂରଣ କରି ପାରିବ ନାହିଁ।

ହାଶିମପୁରା ଗଣହତ୍ୟା ମାମଲାରେ ଦୋଷୀସାବ୍ୟସ୍ତ ସମସ୍ତ ୧୬ ଜଣ ପୁଲିସ ଚାକିରିରୁ ଅବସର ଗ୍ରହଣ କରି ସାରିଛନ୍ତି।

By amfnews

Related Post