Thu. Jul 23rd, 2026

୧୯୦ ମିଲିୟନ୍‌ ଡଲାର୍‌ ଡିଜିଟାଲ୍‌ ମୁଦ୍ରା ଆକାଉଣ୍ଟ୍‌ର ପାସ୍‌ଓ୍ଵାର୍ଡ ଜାଣିଥିବା କାନଡୀୟ ଡିଜିଟାଲ୍‌ ମୁଦ୍ରା ଫାର୍ମର ସିଇଓଙ୍କର ଭାରତରେ ମୃତ୍ୟୁ

298 Views

ଓ୍ଵାସିଂଟନ୍‌: ନିବେଶକମାନଙ୍କର ୧୯୦ ମିଲିୟନ୍‌ ଡଲାର୍‌ କ୍ରିପ୍ଟୋକରେନ୍‌ସି ବା ଡିଜିଟାଲ୍‌ ମୁଦ୍ରା ଥିବା ଆକାଉଣ୍ଟଗୁଡ଼ିକର ପାସ୍‌ଓ୍ଵାର୍ଡ ଜାଣିଥିବା କାନଡୀୟ କ୍ରିପ୍ଟୋକରେନ୍‌ସି ଫାର୍ମର ଜଣେ ୩୦ ବର୍ଷିୟ ସିଇଓଙ୍କର ଭାରତରେ ମୃତ୍ୟୁ ଘଟିଛି। ଅନ୍ତଃନାଳୀ ଫୁଲା ‘କ୍ରୋନ୍‌ସ୍‌ ରୋଗ’ରେ ଆକ୍ରାନ୍ତ ଥିବା ସେ ବ୍ୟକ୍ତିଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇଯିବା କାରଣରୁ ତାଙ୍କ ମୃତ୍ୟୁଘଟିଥିବା କମ୍ପାନି ଓ ତାଙ୍କ ପତ୍ନୀ ଜେନିଫର୍‌ ରବର୍ଟସନ୍‌ କହିଛନ୍ତି।

ଶୀର୍ଷସ୍ତରୀୟ ସିକ୍ୟୁରିଟି ବିଶେଷଜ୍ଞମାନେ ମଧ୍ୟ ଏହି ଆକାଉଣ୍ଟ୍‌ ସବୁକୁ ଖୋଲି ପାରୁ ନ ଥିବାରୁ ନିବେଶକମାନେ ବ୍ୟତିବ୍ୟସ୍ତ ହୋଇ ଉଠିଛନ୍ତି।

‘କ୍ୱାଡ୍ରିଗାସିଏକ୍ସ୍‍’ର ସଂସ୍ଥାପକ ୩୦ ବର୍ଷିୟ ସିଇଓ ଜେରାଲ୍‌ଡ୍‌ କୋଟେନ୍‌ଙ୍କର ଗତ ଡିସେମ୍ବର ମାସରେ ମୃତ୍ୟୁ ହୋଇଥିଲା। ଅନାଥ ପିଲାଙ୍କ ଲାଗି ଗୋଟିଏ ଅନାଥାଶ୍ରମ ଖୋଲିବାକୁ ସେ ଭାରତଗସ୍ତରେ ଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିବା କଥା କମ୍ପାନିର ସାମାଜିକ ଗଣମାଧ୍ୟମରୁ ଜଣାପଡ଼ିଛି।

ଅର୍ଥ ରହିଥିବା କୋଟେନ୍‌ଙ୍କ ଉକ୍ତ ଆକାଉଣ୍ଟ୍‌ ସବୁ ଆକ୍‌ସେସ୍‌ କରି ହେଉନାହିଁ ବୋଲି ଜଣାଇ ରବର୍ଟସନ୍‌ ଏବଂ କ୍ୱାଡ୍ରିଗାସିଏକ୍‌ସ୍‌ କାନଡୀୟ ଅଦାଲତ ‘ନୋଭା ସ୍କଟିଆ ସୁପ୍ରିମ୍‌ କୋର୍ଟ’ରେ କ୍ରେଡିଟ୍‌ ପ୍ରୋଟେକ୍‌ସନ୍‌ ଲାଗି ଆବେଦନ କରିବା ପରେ ତାଙ୍କ ମୃତ୍ୟୁର ଖବର ଜଣାପଡ଼ିଥିଲା।

By amfnews

Related Post