Wed. Jun 24th, 2026

୧୯ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସହିତ କୁଆପଥର ମାଡ ସମ୍ଭାବନା

586 Views

ରାଜ୍ୟର ୧୯ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବର୍ଷା ସହିତ କୁଆପଥର ମାଡ ହେବାର ସମ୍ଭାବନା ରହିଛି।  ପବନର ବେଗ ୫୦ରୁ ୬୦କିଲୋମିଟର ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ବଜ୍ରପାତ ସମୟରେ କୌଣସି ବୈଦ୍ୟୁତିକ ସାମଗ୍ରୀ ବ୍ୟବହାର ନ କରିବାକୁ ମଧ୍ୟ କୁହାଯାଇଛି । ରାଜ୍ୟର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, କୋରାପୁଟ,ଗଞ୍ଜାମ,ଜଗତସିଂହପୁର, ଢେଙ୍କାନାଳ,କଟକ,ଖୋର୍ଦ୍ଧା,ନୟାଗଡ଼,ପୁରୀ ଓ ଅନୁଗୁଳ ଆଦି ଅଞ୍ଚଳରେ ଆଗାମୀ ୨୪ଘଂଟା ମଧ୍ୟରେ ଘଡ଼ଘଡ଼ି ବର୍ଷା ସହିତ କୁଅ।ପଥର ମାଡ ମଧ୍ୟ ହୋଇପାରେ । ସେହିପରି ଉତର ଆଭ୍ୟନ୍ତରୀଣ ଓଡ଼ିଶାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

 

Related Post