Sat. May 16th, 2026

୧୮ରେ ମାହାଙ୍ଗା ଆସିବେ ଅମିତ ଶାହ

166 Views

କଟକ , ଜାନୁଆରୀ ୬ : ଆସନ୍ତା ୧୮ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର କୁଳିଆ ପଡିଆରେ ଆୟୋଜିତ ସମାବେଶରେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ଶାହ କଟକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାର ୭୦ ହଜାର ବୁଥସ୍ତରୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ। ବୁଥ ତଥା କର୍ମୀମାନଙ୍କର ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ମିଶନ ୧୨୦ ପ୍ଲସର ଗୁରୁମନ୍ତ୍ର ଦେବେ ା

ଏ ନେଇ କଟକ ଜିଲ୍ଲା ବିଜେପି ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଏହି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଆଜି ରାତିରେ କଟକର ହୋଟେଲ ଗ୍ରାଣ୍ଡ ରେସିଡେନ୍ସିରେ ଅନୁଷ୍ଠିତ ହୋଇଛି।

ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ରକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଭାରୀ ଅରୁଣ ସିଂ, ରାଷ୍ଟ୍ରୀୟ ସହସଂଗଠନ ମନ୍ତ୍ରୀ ସୌଦେନ ସିହ୍ନା, ବରିଷ୍ଠ ନେତା ମନମୋହନ ସାମଲ, ସୁରମା ପାଢୀ, ସମୀର ଦେ, ସମୀର ମହାନ୍ତି, ସତ୍ୟବ୍ରତ ମହାପାତ୍ର, ଗୌତମ ରାୟ, ନୟନ ମହାନ୍ତି, ମାନସ ମହାନ୍ତି, ଦିଲ୍ଲିପ ମହାନ୍ତି, ଚୌଧୁରୀ ହେମନ୍ତ ସାହୁ, ଟଙ୍କଧର ତ୍ରିପାଠୀ, ସଂଜୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ ା

ଅପରପକ୍ଷେ ଶ୍ରୀ ଶାହଙ୍କ ଗସ୍ତକୁ ନେଇ ବିଜେପି କର୍ମୀ ଓ ନେତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଛି।

By amfnews

Related Post