Fri. May 15th, 2026

୧୫୦୦ କୋଟି ଟଙ୍କା ଋଣ ଆଣିବା ଲାଗି ଏସ୍‌ବିଆଇ ସଙ୍ଗେ କଥାବର୍ତ୍ତା ଚଳାଇଛି ଜେଟ୍‌ ଏୟାର୍‌ଓଏଜ୍‌

266 Views

ମୁମ୍ବାଇ, ଡିସେମ୍ବର ୩୧ : ଆବଶ୍ୟକ ଚଳନ୍ତି ପାଣ୍ଠି ଏବଂ ବକେୟା ଦେୟ ପୈଠ ଲାଗି ୧୫୦୦ କୋଟି ଟଙ୍କାର ସ୍ୱଳ୍ପ ମିଆଦି ଋଣ ନିମନ୍ତେ କ୍ଷତିରେ ଚାଲୁଥିବା ବିମାନ ଚଳାଚଳ ସଂସ୍ଥା ଜେଟ୍‌ ଏୟାର୍‌ଓଏଜ୍‌ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ସହ ଆଲୋଚନା କରୁଛି। ଜେଟ୍‌ ଏୟାର୍‌ଓଏଜ୍‌ର ଷ୍ଟ୍ରାଟେଜିକ୍‌ ଅଂଶୀଦାର ଏବଂ ମଧ୍ୟ-ପ୍ରାଚ୍ୟ ବିମାନ ଚଳାଚଳ ସଂସ୍ଥା ଏତିହାଦ୍‌ ଏହି ଋଣ ନିମନ୍ତେ ଗ୍ୟାରେଣ୍ଟର୍‌ ହେବାର ସମ୍ଭାବନା ରହିଛି। ଏତିହାଦ୍‌ ଜେଟ୍‌ ଏୟାର୍‌ଓଏଜ୍‌ରେ ୨୪% ଅଂଶଧନ ବିନିଯୋଗ କରିଛି।

ନରେଶ ଗୋଏଲ୍‌ଙ୍କ ନିୟନ୍ତ୍ରଣାଧୀନ ଥିବା ଏୟାର୍‌ଲାଇନ୍‌ ଜେଟ୍‌ ଏୟାର୍‌ଓଏଜ୍‌ ତ୍ରୈମାସିକ ଭାବେ ତିନି ପାଳିରେ ୧୦୦୦ କୋଟି ଲେଖାଏଁ କ୍ଷତି ସହିଛି। ସେପ୍ଟେମ୍ବର ୩୦ ତାରିଖ ଠାରୁ ବ୍ୟାଙ୍କ୍‌ରେ ତା’ର ପ୍ରାୟ ୮, ୦୫୨ କୋଟି ଟଙ୍କା ଋଣ ରହିଛି। ଜେଟ୍‌ ଏୟାର୍‌ଓଏଜ୍‌ର ଉଧାର ଯୋଜନାରୁ ରେଟିଙ୍ଗ୍‌ ଏଜେନ୍‌ସି ଇକ୍ରା ଏଥି ପୂର୍ବରୁ ରେଟିଙ୍ଗ୍‌ କାଟି ସାରିଛି।

ପଚରା ଯିବାରୁ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ୍‌ର ମୁଖପାତ୍ର କହିଲେ କି, କୌଣସି ଆକାଉଣ୍ଟ୍‌ ଓ ତାହାର ଉପଚାର ସଂକ୍ରାନ୍ତରେ ବିବୃତି ଦେବା ବ୍ୟାଙ୍କ୍‌ର ନୀତି ବିରୁଦ୍ଧ।

By amfnews

Related Post