Thu. May 21st, 2026

୧୫ ତାଲାରୁ ପଡ଼ୋଶୀଙ୍କ ବିରାଡ଼ିକୁ ତଳକୁ ପକାଇ ୬୪ ବର୍ଷିୟ ବ୍ୟକ୍ତି ଗିରଫ

398 Views

ଥାଣେ,December 17: ଶନିବାର ସନ୍ଧ୍ୟାରେ ୧୫ ତାଲା କୋଠାର ବାଲ୍‌କୋନିରୁ ଗୋଟାଏ ବିରାଡ଼ିକୁ ତଳକୁ ପକାଇଥିବା ଅଭିଯୋଗରେ ଜଣେ ୬୪ ବର୍ଷିୟ ବ୍ୟକ୍ତିଙ୍କୁ କସରବାଦବଲି ପୁଲିସ ଗରିଫ କରିଛି। ଅଭିଯୁକ୍ତ ଶିବରାମ ପାଞ୍ଚଲ କହିଛନ୍ତି କି, ତାଙ୍କ ଘରେ ବିରାଡ଼ିଟି ପଶୁଥିବାରୁ ସେ ବିରକ୍ତ ହୋଇ ଯାଇଥିଲେ। ସେଥିପାଇଁ ସେ ବିରାଡ଼ିଟିକୁ ବାଲ୍‌କୋନିରୁ ତଳକୁ ଫିଙ୍ଗି ଦେଇଥିଲେ।

ଘଟନାସ୍ଥଳରେ ହିଁ ବିରାଡ଼ିଟିର ମୃତ୍ୟୁ ଘଟିଥିଲା। ବିରାଡ଼ିର ଖାଉନ୍ଦ ଅବ୍‌ଦୁଲ୍‌ ଶେଖ୍‌ କସରବାଦବଲି ଥାନାରେ ଅଭିଯୋଗ ଦାଏର୍‌ କରିଥିଲେ।

ପୁଲିସ କହିବା ଅନୁସାରେ, ଅଭିଯୁକ୍ତ ନିଜ ପୁଅ, ବୋହୂ ଓ ନାତିଙ୍କ ସହ ତେତୋନିଆ ଅଟ୍ଟାଳିକାରେ ରହନ୍ତି।

ସେହି ଅଟ୍ଟାଳିକାର ଦ୍ୱିତୀୟ ତାଲାରେ ରହୁଥିବା ଏକ ପରିବାର ସେ ବିରାଡ଼ିଟିକୁ ପାଳିଥିଲେ।

ପାଞ୍ଚଲଙ୍କ ନାତି ଖେଳିବାକୁ ସବୁବେଳେ ସେ ବିରାଡ଼ିଟିକୁ ଘରକୁ ଆଣୁଥିଲା। ବିରାଡ଼ିର ମିଅାଁଉ ଓ ଘୁଡୁଘୁଡୁ ଶବ୍ଦ ବିଚରା ବୁଢ଼ାମଣିଷଜଣଙ୍କୁ ସୁଖ ଲାଗୁ ନ ଥିଲା। କିନ୍ତୁ, ସେ କୌଣସି କଥାକୁ ବିଚାର ନ କରି ବିରାଡ଼ିଟିକୁ ବାଲ୍‌କୋନିରୁ ତଳକୁ ପକାଇ ଦେଇଥିଲେ।

କସରବାଦବଲି ଥାନାର ଇନ୍‌ସ୍‌ପେକ୍ଟର୍‌ ନାସିର୍‌ କୁଲକର୍ଣ୍ଣି କହନ୍ତି: ବିରାଡ଼ି ପାଳିଥିବା ପରିବାର ଅଭିଯୋଗ ଦାଏର କରିଥିଲେ। ଆମେ ସିସିଟିଭି ଫୁଟେଜ୍‌ ଯାଞ୍ଚ କରି ଦେଖିଲୁ ଅଭିଯୁକ୍ତ ସେ ମାଈ ବିରାଡ଼ିଟିକୁ ବାଲ୍‌କୋନିରୁ ତଳକୁ ପକାଇ ଦେଇଥିଲେ। ଜୀବେ ନିଷ୍ଠୁରତା ଅଧୀନରେ ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରି ଆମେ ତାଙ୍କୁ ଗିରଫ କରିଛୁ। ବରିଷ୍ଠ ନାଗରିକ ହୋଇଥିବାରୁ ତାଙ୍କୁ ତୁରନ୍ତ ଜାମିନ୍‌ ମିଳିଯାଇଥିଲା।

By amfnews

Related Post