Sun. Sep 20th, 2026

୧୨ଫୁଟ ଲମ୍ବ ମୃତ ବଉଳା କୁମ୍ଭୀର ଉଦ୍ଧାର

401 Views

ରାଜନଗର , ଡିସେମ୍ବର ୩୧ : ଭିତରକନିକା ଜାତୀୟ ଉଦ୍ୟାନ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରୁ ଆଜି ସକାଳେ ୧୨ଫୁଟ୍‌ ଲମ୍ବ ଏକ ବଉଳା କୁମ୍ଭୀରର ମୃତଦେହ ମିଳିଛି। ସକାଳ ପ୍ରାୟ ୧୦ଟା ସମୟରେ ରାଜକନିକା ବ୍ଲକ ଜୟନଗର ନିକଟ ବ୍ରାହ୍ମଣୀ ନଦୀ‌େର କୁମ୍ଭୀରର ମୃତଦେହ ଭାସୁଥିବା ନେଇ ବନବିଭାଗ ଖବର ପାଇଥିଲା। ଖୋଳା ବନପାଳ ଜ୍ଞାନର˚ଜନ ମହାନ୍ତିଙ୍କ ନେତୃତ୍ବରେ ଏକ ଟିମ ସେଠାକୁ ଯାଇ ମୃତ କୁମ୍ଭୀରଟିକୁ ବୋଟରେ ବାନ୍ଧି ଟାଣି ଟାଣି ଖୋଳା ନିକଟକୁ ଆଣିଥିଲେ। ଏହା ଏକ ମାଈ ବଉଳା କୁମ୍ଭୀର ଓ ପ୍ରାୟ ୩/୪ ଦିନ ତଳୁ ମରିଯାଇଥିବା ଅନୁମାନ କରାଯାଉଛି। କୁମ୍ଭୀରର ମୃତଦେହ ରାଜନଗର ପ୍ରାଣୀ ଚିକିତ୍ସାଳୟକୁ ଅଣାଯାଇ ବ୍ୟବଚ୍ଛେଦ କରାଯାଇଛି। ଏଯାବତ୍‌ ମୃତ୍ୟୁର କାରଣ ଜଣାପଡି ନାହିଁ।

By amfnews

Related Post