Sat. Sep 26th, 2026
342 Views

ବାଙ୍କୀ : ବାଙ୍କୀ ଖଜୁରିପଦା ଡବଲ୍ ମର୍ଡର ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଆଜି କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ  ବାଙ୍କୀ ବନ୍ଦ ଡାକରା ଦିଆଯାଇଛି । ମୁଖ୍ୟ ଅଭିଯୁକ୍ତକୁ ଗିରଫ ସହ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦଳ ଦାବି କରିଛି।

ଆଜି ସକାଳେ ବାଙ୍କୀର ବିଭିନ୍ନ ସ୍ଥାନରେ ଟାୟାର ଜାଳି କଂଗ୍ରେସ କର୍ମୀମାନେ ରାସ୍ତାରୋକ କରିଛନ୍ତି। ଫଳରେ ବାଙ୍କୀ-କଟକ-ବୈଦେଶ୍ୱର-କଳାପଥର ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାବି କରିଛନ୍ତି।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ନୂଆଗାଁ ସରପଞ୍ଚଙ୍କ ସ୍ୱାମୀ ଭଗବାନ ଓ ତାଙ୍କ ସହଯୋଗୀ ତଥା ସାମ୍ବାଦିକ ଆଦିତ୍ୟ ରଣସିଂଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଥିଲା। ଦୁହେଁ ଖଜୁରିପଦା-ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟରୁ ବାଇକରେ ଫେରୁଥିଲା ବେଳେ ଯୋକଲାଞ୍ଜିଠାରେ କିଛି ଦୁର୍ବୃତ୍ତ ମାରଣାସ୍ତ୍ରରେ ସେମାନଙ୍କୁ  ଆକ୍ରମଣ କରିଥିଲେ। ପରେ ଉଭୟଙ୍କ ମୃତ୍ୟୁ ହୋଇଥିଲା।

By amfnews

Related Post