Sat. Sep 26th, 2026

୧୦୮କୁ ଫୋନ୍ ଲାଗିଲାନି, ବଜ୍ରାଘାତରେ ଗୁରୁତର ବୃଦ୍ଧ ମୃତ

224 Views

କେନ୍ଦୁଝର : ୧୦୮ ଆମ୍ବୁଲାନ୍ସକୁ ଫୋନ୍ ନଲାଗିବାରୁ ବଜ୍ରାଘାତରେ ଗୁରୁତର ହୋଇପଡ଼ିଥିବା ଜଣେ ବୃଦ୍ଧଙ୍କୁ ଠିକ୍‌ ସମୟରେ ଡାକ୍ତରଖାନା ନିଆଯାଇ ପାରିଲାନି ଓ ତାଙ୍କର ମୃତ୍ୟୁ ଘଟିଲା ବୋଲି ଅଭିଯୋଗ ହୋଇଛି। ମୃତ ବ୍ୟକ୍ତିଙ୍କ ନାଁ ପାଣ୍ଡୁ ମୁଣ୍ଡା। ତାଙ୍କ ଘର କେନ୍ଦୁଝର ଜିଲ୍ଲା ଦୁଧନାଳି ଗାଁରେ।

ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ପାଣ୍ଡୁ ଘର ବାରଣ୍ଡାରେ ବସିଥିବାବେଳେ ବଜ୍ରାଘାତର ଶିକାର ହୋଇଥିଲେ। ଏହା ପରେ ତାଙ୍କୁ ମେଡିକାଲ୍‌ ନେବା ପାଇଁ ପରିବାର ଲୋକେ ୧୦୮ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। କିନ୍ତୁ ଫୋନ୍‌ ନଲାଗିବାରୁ ଆମ୍ୱୁଲାନ୍ସ ଆସିପାରି ନ ଥିଲା।

ରହିଆସିଥିବା ଅନ୍ଧବିଶ୍ୱାସ ଅନୁଯାୟୀ, ପରିବାର ଲୋକେ ତୁରନ୍ତ ଚିକିତ୍ସା କରିବା ପାଇଁ ବୃଦ୍ଧଙ୍କୁ ଘର ନିକଟରେ ଏକ ଗୋବର ଗଦାରେ ପୋତି ଦେଇଥିଲେ। ପରେ ଦମକଳ ଗାଡ଼ିରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

By amfnews

Related Post