Mon. Oct 5th, 2026

୧୦ଟି ଜିଲ୍ଲାରେ ହେବ ଝଡ଼ବର୍ଷା

223 Views

ଭୁବନେଶ୍ୱର : ଆଜି ରାଜ୍ୟରେ କିଛି ଜିଲ୍ଲାରେ ଝଡ଼ବର୍ଷା ହେବ। ଏହି ସମୟରେ ଘଡ଼ଘଡ଼ି ମାରିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ୧୦ଟି ଜିଲ୍ଲାରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। ସେଥିପାଇଁ ସକାଳ ୧୦ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ କୁହାଯାଇଛି। ସେହି ଜିଲ୍ଲା ଗୁଡ଼ିକ ମୟୂରଭଞ୍ଜ, ବାଲେଶ୍ୱର, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ ପୁରୀ।

By amfnews

Related Post