Wed. Sep 23rd, 2026

୧୦ ହଜାର ଟଙ୍କା ଲାଞ୍ଚ ନେଇ ସିବିଆଇ ଜାଲରେ ଫସିଲେ ୩ ଆରପିଏଫ କର୍ମଚାରୀ

221 Views

ବାରିପଦା  : ୧୦ ହଜାର ଟଙ୍କା ଲାଞ୍ଚ ନେଇ ସିବିଆଇ ଜାଲରେ ବୁଧବାର ଆରପିଏଫ ଥାନାର ୩ ଜଣ କର୍ମଚାରୀ ଫସିଯାଇଛନ୍ତି। ପୂର୍ବ ଯୋଜନା ଅନୁସାରେ ଆଜି ଏକ ଢାବାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇର ୨୦ ଜଣିଆ ଟିମ୍‌ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଘଟଣା ସମୟରେ ଇନ୍‌ସପେକ୍ଟର ଅମିତ ଓ ପ୍ରମୋଦ ମରାଣ୍ଡି ଉପସ୍ଥିତ ଥିଲେ। ଭାଗରାଇ ମୁର୍ମୁ ଡ୍ୟୁଟି ଶେଷ କରି ସେଠାରୁ ଘରକୁ ଯାଇ ସାରିଥିଲେ। ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ପୁଲିସ କର୍ମଚାରୀମାନେ ପୂର୍ବରୁ ମଧ୍ୟ ଟଙ୍କା ଲାଞ୍ଚ ନେଉଥିଲେ। ମାତ୍ର ଅଭିଯୋଗ ହେବା ପରେ ଘଟଣା ପଦାକୁ ଆସିଛି।

By amfnews

Related Post