Mon. Aug 17th, 2026

୧୦ ବସ୍‌ଯାତ୍ରୀଙ୍କ ମୃତ୍ୟୁ ଘଟଣାରେ ଡ୍ରାଇଭର୍‌ ଗିରଫ

191 Views

ବ୍ରହ୍ମପୁର  : ବ୍ରହ୍ମପୁର ନିକଟ ଗୋଳନ୍ଥରା ଥାନା ମେନ୍ଦରାଜପୁର ଛକରେ ବିଦ୍ୟୁତ ତାର ଲାଗି ୧୦ ବସ୍‌ଯାତ୍ରୀଙ୍କ ମୃତ୍ୟୁ ଘଟଣାରେ ବନ୍ଧା ହେଲା ସିଲ୍‌କି ସିଟି ବସ୍ର ଡ୍ରାଇଭର। ତାଙ୍କ ନାଁ ଗଗନ ନାୟକ। ଅଘଟଣ ପରଠୁ ଡ୍ରାଇଭର ଗଗନ ଫେରାର୍ ହୋଇଯାଇଥିଲା।

ଗତ ରବିବାର ଅପରାହ୍ନରେ ଗଂଜାମ ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡୁରୁ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ଧରି ନିର୍ବନ୍ଧ କାମ ପାଇଁ ସିଲ୍‌କି ସିଟି ବସ୍ ଚିକରଡା ଅଭିମୁଖେ ଯାଉଥିଲା। ତେବେ ମେଲପତୁରରେ ବିଦ୍ୟୁତ ତାର ଓହଳି ପଡ଼ିଥିଲେ ବି ବସ୍ ଡ୍ରାଇଭର ଗଗନ ନାୟକ ଦେଖିପାରିନଥିଲେ। ଫଳରେ ବସ୍‌ଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ସହ ୧୦ ନିରୀହ ବସ୍ ଯାତ୍ରୀଙ୍କ ଜୀବନ ଯାଇଥିଲା। ଆହତ ହୋଇଥିଲେ ପ୍ରାୟ ୩୦ ଜଣ। ଏଭଳି ଅଘଟଣକୁ ଦେଖି ବସ୍ ଡ୍ରାଇଭର ଗଗନ ନାୟକ କିନ୍ତୁ ବସ୍‌ରୁ ଡେଇଁ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ତାଙ୍କୁ ଆଜି ଗିରଫ କରିଛି ବ୍ରହ୍ମପୁର ପୁଲିସ।

By amfnews

Related Post