Sat. Apr 25th, 2026

୧୦ ଜଣଙ୍କୁ ଫାଶୀ ଦେବା ପାଇଁ ପ୍ରସ୍ତୁତ ହେଉଛି ଫାଶୀ ଦଉଡି

176 Views

ନୂଆଦିଲ୍ଲୀ: ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ। ଏଥିପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ରହିଛି। ଏହି କାରଣ ପାଇଁ ବିହାରରେ ଥିବା ବକ୍ସର ସେଣ୍ଟ୍ରାଲ ଜେଲକୁ ଫାଶୀ ଦଉଡି ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଆକଳନ କରାଯାଉଛି। ଜେଲରେ ବନ୍ଦୀ ଥିବା କଏଦୀ ଏହି ଫାଶ ଦଉଡି ତିଆରି କରିବେ।

୨୦୧୩ ସଂସଦ ଆକ୍ରମଣର ଦୋଷୀ ସାବ୍ୟସ୍ତ ହୋଇଥିବା ଆତଙ୍କବାଦୀ ଅଫଜଲ ଗୁରୁକୁ ଫାଶୀ ଦେବା ପାଇଁ ଏହି ଜେଲରୁ ଫାଶୀ ଦଉଡି ପ୍ରସ୍ତୁତ ହୋଇଥିଲା। ସେତେବେଳେ ଏହି ଜେଲରୁ ଫାଶୀ ଦଉଡି ପ୍ରସ୍ତୁତ ହୋଇ ଦିଲ୍ଲୀର ତିହାର ଜେଲକୁ ଯାଇଥିଲା। ତେଣୁ ଏବେ ନିର୍ଭୟା ମାମଲାର ଦୋଷୀକୁ ଫାଶୀ ଦେବା ପାଇଁ ଫାଶୀ ଦଉଡି ପ୍ରସ୍ତୁତ କରିବା ପାଇଁ କୁହାଯାଉଥିବା ଆକଳନ କରାଯାଉଛି। ଗଙ୍ଗା ନଦୀ କୂଳରେ ଥିବା ଏହି ଜେଲ ଫାଶୀ ଦେବା ପାଇଁ ଭଲ ଫାଶୀ ଦଉଡି ପ୍ରସ୍ତୁତ କରେ ବୋଲି ପୂର୍ବରୁ ଅନେକ ନାମ ରହିଛି।

ବକ୍ସର ଜେଲର ମୁଖ୍ୟ ଅଧିକାରୀ ବିଜୟ କୁମାର ଅରୋରା କହିଛନ୍ତି, ‘୧୦ ଜଣଙ୍କୁ ଫାଶୀ ଦେବା ପାଇଁ ଆବଶ୍ୟକ ଫାଶୀ ଦଉଡି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଆସିଛି। ମୋତେ କିନ୍ତୁ ଜଣା ନାହିଁ ଏହି ଫାଶୀ ଦଉଡି କାହା ପାଇଁ ପ୍ରସ୍ତୁତ ହେବ। ଆମେ ମାନେ କାମ ଆରମ୍ଭ କରି ଦେଇଛୁ।’।

ସୂଚନାଯୋଗ୍ୟ, ତିନି ଦିନ ତଳେ ବକ୍ସର ଜେଲକୁ ୧୦ଟି ଫାଶୀ ଦଉଡି ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଆସିଛି। ଫାଶୀ ଦଉଡି ପ୍ରସ୍ତୁତ କରିବା ପାଇଁ ୩ରୁ ୪ ଦିନ ଲାଗିବ। ଏଥିପାଇଁ ୭ ଜଣ କଏଦୀ ନିଯୁକ୍ତ ହୋଇଥିବା ସୂଚନା ରହିଛି। ଅଫଜଲ ଗୁରୁର ଫାଶୀ ପାଇଁ ପ୍ରସ୍ତୁତ ହୋଇଥିବା ଫାଶୀ ଦଉଡିର ମୂଲ୍ୟ ସେତେବେଳେ ୧୭୨୫ ଟଙ୍କା  ଥିଲା। ଏବେ କିନ୍ତୁ ଏହି ଫାଶୀ ଦଉଡିର ଦାମ ବଢିଥିବା ସୂଚନା ରହିଛି। ଫାଶୀ ଦଉଡି ଫାଶୀ ଖୁଣ୍ଟରେ ଝୁଲିବାକୁ ଥିବା ଦୋଷୀର ଲମ୍ୱାରୁ ୧.୬ ଗୁଣା ଅଧିକ ରହିଥାଏ।

ନିକଟରେ ନିର୍ଭୟା ଦୋଷୀଙ୍କ କ୍ଷମା ପ୍ରାର୍ଥନା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଖାରଜ କରିଦେଇଥିଲେ। ଏହାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ଏହି କ୍ଷମା ପ୍ରାର୍ଥନା ଯାଇଛି। ହେଲେ କ୍ଷମା ପ୍ରାର୍ଥନା ଖାରଜ କରିବା ପାଇଁ ରାଷ୍ଟ୍ରପତିଙ୍କୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। ତେଣୁ ଆଶା କରାଯାଉଛି ଦୋଷୀ ନିରାଶ ହେବ।

By amfnews

Related Post