Thu. Jun 11th, 2026
221 Views

ଲକ୍ଷ୍ନୌ: ହିନ୍ଦୁ ସମାଜ ପାର୍ଟି ନେତା କମଲେଶ ତିୱାରୀଙ୍କୁ ଅଜଣା ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। ଦୁର୍ବୃତ୍ତମାନେ ଆଜି ସକାଳେ ତାଙ୍କୁ ପ୍ରଥମେ ଆକ୍ରମଣ କରିବା ପରେ ଗଳାକାଟି ହତ୍ୟା କରିଛନ୍ତି।
ଲକ୍ଷ୍ନୌର ଖୁର୍ସିଦ ଭାଗ ଠାରେ ଥିବା ହିନ୍ଦୁ ସମାଜ ପାର୍ଟିର ଅଫିସରେ ହିଁ ଏହି ଘଟଣା ଘଟିଛି। ଆକ୍ରମଣକାରୀମାନେ ପ୍ରଥମେ ଅଫିସ ଭିତରେ ପ୍ରବେଶ କରିଥିଲେ। ଏହାପରେ ସେ ତିୱାରୀଙ୍କ ସହ ମିଶି ସେଠାରେ ଚା’ ପିଇଥିଲେ। ଚା’ ପିଇ ସାରିବା ପରେ ସେମାନେ କମଲେଶଙ୍କୁ ହତ୍ୟା କରିଥିଲେ।
ପୁଲିସ୍‌ କହିଛି ଯେ ତିୱାରୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା। ଘଟଣାସ୍ଥଳରୁ ଭାରତରେ ନିର୍ମାଣ ହୋଇଥିବା ଗୋଟିଏ ବନ୍ଧୁକ ଓ କ୍ୟାଟ୍ରିଜ୍‌ ଜବତ କରିଛି। ଏବେ ପୁଲିସ୍‌ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ହିନ୍ଦୁ ସମାଜ ପାର୍ଟିରେ ଯୋଗଦେବା ପୂର୍ବରୁ କମଲେଶ ହିନ୍ଦୁ ମହାସଭାରେ ଥିଲେ। ୨୦୧୫ରେ ସେ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ମଧ୍ୟ ହୋଇଥିଲେ। ତାଙ୍କୁ ନ୍ୟାଶନାଲ ସିକ୍ୟୁରିଟି ଆକ୍ଟ(ଏନ୍‌ଏସ୍‌ଏ) ଅନୁଯାୟୀ ଗିରଫ କରାଯାଇଥିଲା।

By amfnews

Related Post