Fri. Oct 16th, 2026

ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡ଼ି ଭିଡିଓ ଭାଇରାଲ୍‌ କରିବା ଅଭିଯୋଗରେ ଜଣେ ଗିରଫ

178 Views

ରାୟଗଡ଼ା: ମଙ୍ଗଳବାର ସନ୍ଧ୍ୟା ବେଳେ ଟିକିରି ଥାନା ଅନ୍ତର୍ଗତ ପାଞ୍ଚାଲି ଗ୍ରାମରେ କେତେକ ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡ଼ି ସେ ଦୃଶ୍ୟର ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ କରିବା ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।

ଅଭିଯୁକ୍ତ ଯୁବକ ହେଉଛନ୍ତି ଟିକିରି ଥାନା ଅନ୍ତର୍ଗତ ପଞ୍ଚାଲି ଗ୍ରାମର ଅଗସ୍ତି ଗରଡ଼ା।ପଞ୍ଚାଲି ଗ୍ରାମର କିଛି ଯୁବକଙ୍କୁ ଧରି ଅଗସ୍ତି ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡ଼ିବା ପରେ ଯେଉଁ ଭିଡିଓ ଭାଇରାଲ୍‌ କରିଥିଲେ ସେଥିରେ ସମଗ୍ର ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଥିଲା।

ପରେ ପରେ ରାୟଗଡ଼ା ପୁଲିସ ତଦନ୍ତ ଆରମ୍ଭ କରି ରାତି ୮ ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କରିବା ଭଳି ଭିଡିଓ ଭାଇରାଲ୍‌ କରିଥିବା ଅଭିଯୋଗରେ ତାଙ୍କୁ ଦଫା ୧୫୩-କ, ୨୯୫, ୨୯୫-କ, ୩୪, ୧୨୦-ଖରେ ଗିରଫ କରାଯାଇଛି। ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ପୁଲିସ ଖୋଜୁଥିବା କଥା ସାମ୍ବାଦିକ ସମ୍ମିଳନୀରେ ରାୟଗଡ଼ା ଏସ୍‌ପି କହିଛନ୍ତି।

By amfnews

Related Post