Sun. Jul 5th, 2026

ହାରିଲା ପରେ ବି ଖାଲିପାଦରେ ଚାଲି ଭୋଟରଙ୍କୁ ଧନ୍ୟବାଦ ଦେଲେ

191 Views

ସିରସା: ନିର୍ବାଚନରେ ହାରିବା ପରେ ନେତାମାନେ ନିଜ ନିର୍ବାଚନ ମଣ୍ଡଳିକୁ ଯିବା କ୍ୱଚିତ ଦେଖାଯାଏ। ଗଣମାଧ୍ୟମରେ ଧନ୍ୟବା ଦିଅନ୍ତି, କିନ୍ତୁ ଭୋଟରଙ୍କ ପାଖକୁ ଯାଇ କେହି ଧନ୍ୟବାଦ ଦେବା ଭଳି ଘଟଣା କେବେ ଦେଖାଯାଏନି। କିନ୍ତୁ ଏବେ ହରିଆଣା ନିର୍ବାଚନ ପରେ ଏଭଳି ଘଟଣା ଘଟିଛି। ଜଣେ ନେତା ନିର୍ବାଚନ ହାରିବା ପରେ ନିଜ ନିର୍ବାଚନ କ୍ଷେତ୍ର ଯାଇଛନ୍ତି। ଆଉ ଖାଲି ପାଦରେ ପ୍ରତିଟି ଘରକୁ ଯାଇ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଯେଉଁମାନଙ୍କୁ ନିର୍ବାଚନ ପୂର୍ବରୁ ଭୋଟ୍‌ ମାଗିଥିଲେ ସେମାନଙ୍କୁ ଧନ୍ୟବାଦ ଜଣାଇ ସେମାନଙ୍କ ସମର୍ଥନ ପାଇଁ କୃତଜ୍ଞତା ଜଣାଇଛନ୍ତି।

ହରିଆଣାର ସିର୍‌ସା ସିଟ୍‌ରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିବା ଗୋକୁଲ ସେତିୟା ଏଳଭି କରିଥିବା ସୂଚନା ମିଳିଛି। ହରିଆଣାର ବିବାଦୀୟ ନେତା ଗୋପାଲ୍ କାଣ୍ଡାଙ୍କଠାରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ ଗୋକୁଲ୍ ସେତିୟା। କିନ୍ତୁ ତାଙ୍କର ପରାଜୟର ବ୍ୟବଧାନ ଥିଲା ଖୁବ୍‌ କମ୍। ଭୋଟ ଗଣତି ବେଳେ ସେ କାଣ୍ଡାଙ୍କୁ କଡ଼ା ଟକ୍କର ଦେଇଥିଲେ। ହେଲେ ଅନ୍ତିମ ପର୍ଯ୍ୟାୟରେ ସେ ମାତ୍ର ୬୦୨ ଭୋଟ୍‌ର ବ୍ୟବଧାନରେ ସେ ଗୋପାଳ କାଣ୍ଡାଙ୍କଠାରୁ ହାରିଯାଇଥିଲେ। ଗୋକୁଲ୍‌ଙ୍କୁ ମୋଟ୍ ୪୪,୩୧୩ ଭୋଟ୍‌ ମିଳିଥିଲା।

ତେବେ ଜନତାଙ୍କ ଆଶୀର୍ବାଦ ପାଇଁ ସେ ଗୋପାଳ କାଣ୍ଡାଙ୍କୁ କଡ଼ା ଟକ୍କର ଦେଇପାରିଥିଲେ। ଜନତା ତାଙ୍କୁ ଏତେ ମାତ୍ରାରେ ଭୋଟ ଦେଇଥିବାରୁ ସେ ହାରି କି ଜିତିଛନ୍ତି ବୋଲି ଭାବୁଛନ୍ତି କାଣ୍ଡା। ତେଣୁ ଜନତାଙ୍କର ଏହି ଭଲପାଇବା ପାଇଁ ତାଙ୍କୁ ଧନ୍ୟବାଦ ଦେବାକୁ ସିର୍‌ସା ବଜାରରେ ଖାଲିପାଦରେ ବୁଲିଥିଲେ ଗୋକୁଲ୍ ସେତିୟା। ଓ ସମସ୍ତଙ୍କ ସହ ମିଶି ତାଙ୍କୁ ଧନ୍ୟବାଦ ଦେଇଥିଲେ।

By amfnews

Related Post