Mon. Oct 19th, 2026
217 Views

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜର ବେଲଗୁଣ୍ଠା ଗାଁରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।  ତାଙ୍କ ନାଁ ସୀତା ଭୂୟାଁ।

ଆଜି ସକାଳେ ସୀତା ତାଙ୍କ ଯାଆଙ୍କ ସହ ମିଶି ଶୌଚ ପାଇଁ ଗାଁ ପାଖ ପଡ଼ିଆକୁ ଯାଉଥିଲେ। ଏହି ସମୟରେ ସେମାନେ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ସୀତାଙ୍କୁ ଠେଲି ଦେବାରୁ ସେ ତଳେ ପଡ଼ି ଯାଇଥିଲେ। ହେଲେ ତାଙ୍କ ଯାଆ ଦୌଡ଼ି ପଳାଇ ଯାଇଥିଲେ। ସୀତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅନ୍ୟପକ୍ଷରେ ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚିଥିଲା।

By amfnews

Related Post