Thu. Oct 15th, 2026

ହାତୀ କବଳରେ ପଡ଼ି ମହିଳା ମୃତ

233 Views

ଆଠମଲ୍ଳିକ  : ବୁଧବାର ଭୋର୍‌ ସମୟରେ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ୍‌ ଅନ୍ତର୍ଗତ ନଅଗାଁ ଗ୍ରାମପଞ୍ଚାୟ ଅଞ୍ଚଳର ନୂଆଗଡ଼ ଗାଁ’ରେ ଜଣେ ବୟସ୍କ ମହିଳାଙ୍କୁ ଗୋଟାଏ ହାତୀ ମାରି ପକାଇଛି।

ମୃତ ମହିଳା ହେଉଛନ୍ତି ନୂଆଗଡ଼ ଗାଁ’ର ୬୦ ବର୍ଷୀୟ ସୁବାସିନୀ ନାୟକ। ବଡ଼ି ଭୋର୍‌ରୁ ସୁବାସିନୀ ଶୌଚହେବା ପାଇଁ ବାହାରକୁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଶୁଣ୍ଢରେ ଉଠାଇ ନେଇ ହାତୀ ତାଙ୍କୁ ଦଳି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ଦୁଃଖଦାୟକ ଘଟଣାରେ ମର୍ମାହତ ସ୍ଥାନୀୟ ଲୋକେ କ୍ଷତି ପୂରଣ ଦାବି କରି ଆଠମଲ୍ଲିକ-ଅନୁଗୋଳ ରାସ୍ତା ଅବରୋଧ କରିଥିଲେ। ଫଳରେ ସେ ରାସ୍ତାରେ ଗମନାଗମନ ବାଧାପାଇଛି। ପୁଲିସ ଓ ବନବିଭାଗ କର୍ମଚାରୀମାନେ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କୁ ବୁଝାଶୁଝା କରାଉଛନ୍ତି।

By amfnews

Related Post