Thu. Oct 15th, 2026

ହାତୀ ଆକ୍ରମଣରେ ମହିଳା ମୃତ

322 Views

ଓଡ଼ପଡ଼ା  : ଶୁକ୍ରବାର ପ୍ରତ୍ୟୁଷରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଓଡ଼ପଡ଼ା ବ୍ଲକ୍‌ ଅଞ୍ଚଳର କାଉଁରିଆପାଳ ଗ୍ରାମର ଜଣେ ମହିଳାଙ୍କୁ ବଣୁଆ ହାତୀ କଚାଡ଼ି ମାରିପକାଇଛି।ମୃତ ମହିଳା ହେଉଛନ୍ତି ଧୀରେନ ନାୟକଙ୍କ ୪୦ ବର୍ଷୀୟ ପତ୍ନୀ ଊର୍ମିଳା। ଆଜି ସକାଳେ ସେ ଗ୍ରାମ ସଂଲଗ୍ନ ପଡ଼ିଆକୁ ଶୌଚ ହେବା ନିମନ୍ତେ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ।


ଖବର ପାଇ ଘଟଣାସ୍ଥଳକୁ ବନବିଭାଗର ଡିଏଫ୍‌ଓ ଏବଂ ରେଞ୍ଜର୍‌ଙ୍କ ସହ ମୋଟଙ୍ଗା ଆଇଆଇସି ଯାଇଥିଲେ। ଉର୍ମିଳାଙ୍କ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।

କ୍ଷତିପୂରଣ ବାବଦରେ ଏବେ ତାଙ୍କ ପରିବାରକୁ ୪୦ ହଜାର ଟଙ୍କା ମିଳିଛି ଏବଂ ବାକି ୩. ୬ ଲକ୍ଷ ଟଙ୍କା ଆବଶ୍ୟକ କାଗଜପତ୍ର ଦାଖଲ କରିବା ପରେ ମିଳିବ। ଏହାଛଡ଼ା ଊର୍ମିଳାଙ୍କ ସ୍ୱାମୀଙ୍କୁ ହାତୀ ସ୍କ୍ଵାଡ୍‌ରେ କାମ ଦିଆଯିବ ବୋଲି ବନବିଭାଗ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି।
ସମ୍ପୃକ୍ତ ଅଞ୍ଚଳରେ ତିନି ମାସ ମଧ୍ୟରେ ହାତୀ ଅନ୍ୟୂନ ୫ ଜଣ ଲୋକଙ୍କୁ ମାରି ସାରିଲେଣି।

By amfnews

Related Post