Sat. Apr 25th, 2026

ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର

211 Views

ଛେଣ୍ଡିପଦା  : ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଛେଣ୍ଡିପଦା ବ୍ଲକର ଡଙ୍ଗାପାଳ ଗାଁରେ ପୁଣି ଘଟିଛି ଏକ ହାତୀ ଆକ୍ରମଣ। ଏଥିରେ ଏଥର ଆକ୍ରମଣର ଶିକାର ହୋଇଛନ୍ତି ଜଣେ ବୃଦ୍ଧା। ଉକ୍ତ ବୃଦ୍ଧାଙ୍କ ନାମ ହେଲା ପାର୍ବତୀ ମାଝୀ।

ମିଳିଥିବା ସୂଚନା ଅନୁଯାୟୀ ସକାଳ ପ୍ରାୟ ୬ଟା ସମୟରେ ପାର୍ବତୀ ମାଝୀ ନିକଟରେ ଥିବା ଏକ ନାଳରେ ଶୌଚ କରିବାପରେ ଘରକୁ ଫେରୁଥିଲେ। ସେହି ସମୟରେ ସେ ଏକ ଅମ୍ବ ତୋଟା ବାଟଦେଇ ଯାଉଥିବା ବେଳେ ହଠାତ୍ ଏକ ହାତୀ ତାଙ୍କ ଉପରକୁ ଆକ୍ରମଣ କଣିଥିଲା। ଏହାଫଳରେ ସେ ଅଚେତ ହୋଇ ପଡ଼ିଥିଲେ।

Image result for angul dist hospital

କିଛି ସମୟପରେ ସେହି ବାଟଦେଇ ହାତୀ ଘଉଡାଇ ସ୍କ୍ବାଡ୍ ଫେରୁଥିବା ବେଳେ ପାର୍ବତୀ ମାଝୀଙ୍କୁ ଗୁରୁତର ଅବସ୍ଥାରେ ଦେଖିବାକୁ ପାଇଥିଲେ। ସେମାନେ ପ୍ରଥମେ ୬୦ ବର୍ଷୀୟା ପାର୍ବତୀ ମାଝୀଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯିବାପରେ ଅନୁଗୁଳ ଜିଲ୍ଲା ସରକାରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ତାଙ୍କର ଅବସ୍ଥା ଏବେ ବି ସଂକଟାପନ୍ନ ଥିବା କୁହାଯାଉଛି।

By amfnews

Related Post