Sat. Jul 4th, 2026

ହାତୀ ଆକ୍ରମଣରେ ଜଣେ ଗୁରୁତର, ଆହତ କଟକର ଏସସିବିରେ ଭର୍ତ୍ତି

248 Views

ଆଠଗଡ଼: ଆଜି ଭୋର ସମୟରେ ଆଠଗଡ଼ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଥିବାର ଖବର ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଖୁଣ୍ଟୁଣୀ ରେଞ୍ଜ ବଳିପୁର ଗାଁରେ ବନଖଣ୍ଡରେ ଆଜି ଭୋର୍ ସମୟରେ ଏକ ହାତୀପଲଙ୍କୁ ହଠାତ୍ ଦେଖିବାକୁ ମିଳିଥିଲା। ସେହି ହାତୀପଲର ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି ।

ଉକ୍ତ ଗୁରୁତର ବ୍ୟକ୍ତିଙ୍କୁ କଟକର ଏସସିବିରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି। ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତା’ଛଡ଼ା ଲୋକେ ଆତଙ୍କିତ ଅବସ୍ଥାରେ ଥିବା କୁହାଯାଉଛି। ଘଟଣା ସଂପର୍କରେ ବନବିଭାଗ କର୍ମଚାରୀ ସୂଚନା ପାଇବା ପରେ ଏନେଇ ତଦନ୍ତ କରୁଥିବାର ସୂଚନା ମିଳିଛି।

By amfnews

Related Post