Sat. Jun 13th, 2026

ହାଟକୁ ଯାଇଥିଲେ ଯମୁନା, ନାଳରୁ ମିଳିଲା ମୃତଦେହ

170 Views

କୋରାପୁଟ :  କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ ଗୁନ୍ଥା ଗାଁ ନିକଟ ନାଳରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ନାଁ ଯମୁନା ଗୁଣ୍ଠା।

ଯମୁନା ଗତ ଶନିବାର ସ୍ୱାମୀଙ୍କ ସହ ପୁକାଲି ସାପ୍ତାହିକ ହାଟକୁ ଯାଇଥିଲେ। ହାଟ ସାରି ଘରକୁ ଫେରିବା ବେଳେ ବାଟରେ ଶୌଚ ପାଇଁ ନାଳକୁ ଯାଇଥିଲେ।  ଯମୁନାଙ୍କ ଫେରିବାରେ ବିଳମ୍ବ ହେବାରୁ ସ୍ୱାମୀ ତାଙ୍କୁ ବହୁ  ଖୋଜାଖୋଜି କରି ପାଇ ନଥିଲେ। ଏନେଇ ସେ  ଗତ ରବିବାର ପଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ।

ଗତକାଲି ଯମୁନାଙ୍କ ମୃତଦେହ ନଦୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍ ଖବର ଦେଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲେ। ପୁଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

By amfnews

Related Post