Sat. Sep 26th, 2026

ହାଟ ଗହଳି ରୋକିବାକୁ ଡିସିପି ବାହାର କଲେ ନୂଆ ଫର୍ମୁଲା

193 Views

କଟକ : ପରିବା ମାର୍କେଟରେ ଲୋକଙ୍କ ଗହଳି ଅଧିକ ଦେଖିବାକୁ ମିଳୁଥିବା ବେଳେ ସାମାଜିକ ଦୂରତାକୁ କେହି ଗୁରୁତ୍ୱ ଦେଉନାହାନ୍ତି । ଏଥିଯୋଗୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ଆଶଙ୍କାକୁ ଏଡାଇ ଦେଇହେବନି।  ଏପରି ସ୍ଥିତିରେ ଲୋକ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ କଟକର ତିନୋଟି ପରିବା ମାର୍କେଟକୁ ଦୁଇ ଭାଗରେ ବିଭକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। କଟକ ଡିସିପି ଅଖିଳେଶ୍ୱର ସିଂ ଆଜି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଲୋକ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ବାଦାମବାଡ଼ି-ଲିଙ୍କ୍‌ରୋଡ଼ରେ ବସୁଥିବା ଛତ୍ରବଜାରର ଅଧା ବ୍ୟବସାୟୀ  ଖାନ ନଗରକୁ ଉଠିଯିବେ। ବାଲୁବଜାରରେ ବସୁଥିବା ପରିବା ହାଟ ଅଧା ନୟାସଡ଼କକୁ ଉଠିଯିବ।

ଡିସିପି ଆହୁରି କହିଛନ୍ତି ଯେ, କୃଷକ ବଜାରରେ ବସୁଥିବା ପରିବା ହାଟ ଅଧା ସିଡିଏକୁ ଉଠିଯିବ। ଏହି ନିଷ୍ପତ୍ତି ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଡିସିପି କହିଛନ୍ତି।

By amfnews

Related Post