Tue. Aug 11th, 2026

ହାଜର ହେଲେନି ସଲମାନ୍, ଘୁଞ୍ଚିଲା ଶୁଣାଣି

464 Views

ଯୋଧପୁର, ରାଜସ୍ଥାନ  : କୃଷ ସାର ମୃଗ ଶିକାର ମାମଲାରେ ଆଜି ରାଜସ୍ଥାନ ଯୋଧପୁର କୋର୍ଟରେ ହାଜର ହେଲେନି ଅଭିନେତା ସଲମାନ୍ ଖାନ୍। ଆଜି କୋର୍ଟକୁ ଯିବା ପୂର୍ବରୁ ସଲମାନଙ୍କ ଓକିଲ ହସ୍ତିମଲ ସାରସ୍ୱତ ଏହି ସୂଚନା ଦେଇଛନ୍ତି। ଏବେ ଏହି ମାମଲାର ଶୁଣାଣି ଡିସେମ୍ୱର ୧୯ରେ ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଯୋଧପୁର କୋର୍ଟ ୫ ବର୍ଷ ତଳେ ଏହି ମାମଲାର ଶୁଣାଣି ଆରମ୍ଭ କରିଥିଲେ। ହେଲେ ଏଯାଏ ସଲମାନ ଖାନ୍‌ ଗୋଟିଏ ଥର ବି ଏଠାରେ ହାଜର ହୋଇ ନାହାନ୍ତି। ରାଜସ୍ଥାନର ଏକ ତଳ କୋର୍ଟ ସଲମାନଙ୍କୁ ହରିଣ ଶିକାର ମାମଲାରେ ୫ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ। ଏହା ବିରୋଧରେ ସଲମାନ ଯୋଧପୁର କୋର୍ଟରେ ଆବେଦନ କରିଥିଲେ।

୧୯୯୮ରେ ବଲିଉଡ୍‌ ଫିଲ୍ମ୍ ‘ହମ ସାଥ ସାଥ ହୈ’ର ଶୁଟିଂ ବେଳେ କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଅକ୍ଟୋବର ୧୨ରେ ସଲମାନ ଏହି ମାମଲାରେ ପ୍ରଥମଥର ପାଇଁ ଗିରଫ ହୋଇ ଜାମିନ୍ ପାଇ ଯାଇଥିଲେ। ଏହାପରେ ୨୫ ଏପ୍ରିଲ ୨୦୧୮ରେ ସଲମାନ ଖାନଙ୍କୁ ୫ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଥିଲା। ସଜା ବିରୋଧରେ ସଲମାନ ଖାନ୍ କୋର୍ଟରେ ଅପିଲ୍ କରିଛନ୍ତି। ଏବେ ମାମଲାର ଶୁଣାଣି ଚାଲିଛି। ଅନ୍ୟପଟେ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ୨୦୧୬ରେ ସଲମାନ ଖାନ୍ ମୁକ୍ତ ହୋଇଛନ୍ତି। ରାଜସ୍ଥାନ ସରକାର ସଲମାନ ଖାନଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି।

By amfnews

Related Post