Sun. Oct 18th, 2026

‘ହାଓଡି ମୋଦି’ରେ ପହଞ୍ଚିଲେ ପିଏମ୍‌ ମୋଦି, ଓଡ଼ିଶୀ ନୃତ୍ୟରେ ଝୁମିଲା ବିଶ୍ୱ

315 Views

ନୂଆଦିଲ୍ଲୀ  : ଭାରତ-ଆମେରିକା ବନ୍ଧୁତ୍ୱରେ ସବୁଠାରୁ ବଡ଼ କାର୍ଯ୍ୟକ୍ରମ କୁହାଯାଉଥିବା ‘ହାଓଡି ମୋଦି’ ପାଇଁ ହୋଷ୍ଟନ୍‌ର ଏନ୍ଆରଜି ଷ୍ଟାଡଅମ୍ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବିଶ୍ୱର ପୁରୁଣା ଏହି ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ରର ମୁଖ୍ୟ ୫୦ ହଜାର ଭାରତୀୟ-ଆମେରିକୀୟଙ୍କ ସାମ୍ନାରେ ଆଜି ଅଭିଭାଷଣ ରଖିବେ। ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି, ବିଶ୍ୱର ସବୁଠାରୁ ପୂରୁଣା ଏବଂ ସବୁଠାରୁ ବୃହତ ଗଣତନ୍ତ୍ର ମଧ୍ୟରେ ସହଭାଗୀତା ପାଇଁ ଏହା ଉଲ୍ଲେଖନୀୟ ଭୂମିକା ନେବ।

ତେବେ ଏହି କାର୍ଯ୍ୟକ୍ରମରେ ସବୁଠାରୁ ବଡ଼ ଆକର୍ଷଣ ଥିଲା ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ ନୃତ୍ୟ। ଭାରତନାଟ୍ୟମ୍ ଏବଂ ଅନ୍ୟ ଭାରତୀୟ ସହିତ ଏହି ନୃତ୍ୟ ମଧ୍ୟ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନ ପାଇଥିଲା। ଭାରତୀୟ ମନ୍ଦିର ଏହି ନୃତ୍ୟଶିଳ୍ପୀମାନଙ୍କ ପ୍ରଚ୍ଛଦରେ ରହିଥିଲା।

ମୋଦି ପହଞ୍ଚିବା ପୂର୍ବରୁ ଟ୍ରମ୍ପଙ୍କୁ ଟ୍ୱିଟ୍ କରି କହିଥିଲ, ଏହା ବହୁତ ବଡ଼ ଦିନ ହେବ। ଆପଣଙ୍କ ସହ ଖୁବ୍ ଜଲ୍ଦି ଭେଟ ହେଉଛି। ଏହା ପୂର୍ବରୁ ଟ୍ରମ୍ପ କହିଥିଲେ, ମୁଁ ମୋ ବନ୍ଧୁଙ୍କ ସହ ହୋଷ୍ଟନ୍ର ଏକ କାର୍ଯ୍ୟକ୍ରମରେ ଯୋଗଦେବି। ଟେକ୍ସାସ୍ରେ ଗୋଟିଏ ବଢ଼ିଆ ଦିନ କଟିବ।

By amfnews

Related Post