Wed. Sep 2nd, 2026

ହାଇଦ୍ରାବାଦ ଟ୍ରେନ୍‌ ଦୁର୍ଘଟଣାରେ ଆହତ ଡ୍ରାଇଭରଙ୍କ ମୃତ୍ୟୁ

253 Views

ହାଇଦ୍ରାବାଦ  : ନଭେମ୍ବର ୧୧ ତାରିଖ ଦିନ କାଚେଗୁଡ଼ା ଠାରେ ହଣ୍ଡ୍ରେ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌କୁ ଧକ୍କା ଦେଇ ଆହତ ହୋଇଥିବା ଲୋକାଲ୍‌ ଟ୍ରେନ୍‌ର ୩୧ ବର୍ଷିୟ ଡ୍ରାଇଭର୍‌ଙ୍କର ଶନିବାର ରାତିରେ ମୃତ୍ୟୁ ଘଟିଥିବା କଥା ଡାକ୍ତରମାନେ କହିଛନ୍ତି।

ଦୁର୍ଘଟଣା ପରେ ମଲ୍‌ଟି-ମୋଡାଲ୍‌ ଟ୍ରନ୍ସପୋର୍ଟ ସିଷ୍ଟମ୍‌ ଟ୍ରେନ୍‌ ଚଳାଉଥିବା ଏଲ୍‌ ଚନ୍ଦ୍ରଶେଖର କ୍ୟାବିନ୍‌ ମଧ୍ୟରେ ଚାପି ହୋଇଯାଇଥିଲେ। ଚାପି ହୋଇଯାଇଥିବା ଇଞ୍ଜିନ୍‌କୁ ପ୍ରାୟ ଆଠଘଣ୍ଟା ଧରି କଟାକଟି କରିବା ପରେ ଯାଇଁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ତାଙ୍କୁ ବାହାର କରିଥିଲେ।

ଏକାଧିକ ପଞ୍ଜରାହାଡ଼ ଭାଙ୍ଗି ଯାଇଥିବା ଚନ୍ଦ୍ରଶେଖରଙ୍କର ଡାହଣ ଗୋଡ଼ଟି ବି ଚୂନା ହୋଇଯାଇଥିଲା। ଚିକିତ୍ସା ନିମନ୍ତେ ତାଙ୍କୁ ନାମପାଲ୍ଲୀସ୍ଥିତ କେୟାର୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ମାତ୍ରାଧିକ ଧମନୀ ନଷ୍ଟ ହୋଇଥିବା ଯୋଗୁଁ ଗୁରୁବାର ଦିନ ଡାକ୍ତରମାନେ ତାଙ୍କର ନଷ୍ଟ ଗୋଡ଼ଟିକୁ ଜଙ୍ଘ ଉପରୁ କାଟିବାକୁ ବାଧ୍ୟ ହୋଇଥିଲେ।
କେୟାର୍‌ ହସ୍‌ପିଟାଲ୍‌ ବୁଲେଟିନ୍‌ କହିଛି: ଡାକ୍ତରଖାନାରେ ଭର୍ତ୍ତି ହେବା ଦିନ ଠାରୁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ସମଗ୍ର ଶରୀରକୁ ସଂକ୍ରମଣ ମାଡ଼ି ଯିବାରୁ ଶନିବାର ଦିନ ତାଙ୍କର ଦେହାନ୍ତ ହୋଇଗଲା।

By amfnews

Related Post