Sun. Sep 13th, 2026

ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ ମୟୂରଭଞ୍ଜ ବନ୍ଦ

386 Views

ବାରିପଦା : ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଓ ସମ୍ବଲପୁର ନାଗରିକ କମିଟି ପକ୍ଷରୁ ଆନ୍ଦୋଳନ ଚାଲିଥିବା ବେଳେ  ଏବେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିର ସ୍ୱର ଉଠିଛି ମୟୂରଭଞ୍ଜରୁ। ଉତ୍ତର ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ଆଜି ଜେଏମଏମ ପକ୍ଷରୁ ମୟୂରଭଞ୍ଜ ବନ୍ଦ କରାଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ଯାଏ ଏହି ୧୨ ଘଣ୍ଟିଆ ବନ୍ଦ ଆନ୍ଦେଳନକୁ ମୟୂରଭଞ୍ଜ ଜିଲ୍ଲା ଓକିଲ ସଂଘ ସମର୍ଥନ କରୁଛି। ବନ୍ଦ ଯୋଗୁଁ ସାଧାଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଦୋକାନେବଜାର ସହିତ ବିଭିନ୍ନ ସ୍କୁଲ କଲଜ ବନ୍ଦ ରହିଛି।

ବାରିପଦା ସହରରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି। ଏପରିକି ଜାତୀୟ ରାଜପଇରେ ମଧ ଗାଡ଼ି ଚଳାଚଳ ବନ୍ଦ ରହିଛି।ଉତ୍ତର ଓଡ଼ିଶାର ଲୋକଙ୍କ ଦାବିକୁ ଦୀର୍ଘ ଦିନରୁ ଅଣଦେଖା କରାଯାଉଛି ବୋଲି ଜେଏମଏମ ପକ୍ଷରୁ ଅଭିଯୋଗ କରାଯାଇଛି। ଆଉ ଏହାର ପ୍ରତିବାଦରେ  ଜେଏମ୍‌ଏମ୍‌ର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ କଳିଙ୍ଗ କେଶରୀ ଜେନାଙ୍କ ;ନତୃତ୍ୱ;ର ଆଜି ମୟୂରଭୟ୍ଜ ବନ୍ଦ ପାଳକ କରାଯାଉଛି। ଏହି ବନ୍ଦକୁ ଜିଲ୍ଲା ଓକିଲ ସଂଘ  ପକ୍ଷରୁ ମଧ୍ୟ ସମର୍ଥନ କରାଯାଉଛି।  ଜିଲ୍ଲା ଓକିଲ ସଂଘ ସଭାପତି ପ୍ରବୀର କୁମାର ବସା କହିଛନ୍ତି ଯେ ବାରିପଦା ସହିତ  ଏହି ‘ବନ୍ଦ’ରେ ରାଇରଙ୍ଗପୁର, ବେତନଟୀ, କରଞ୍ଜିଆ, ଉଦଳା ଓକିଲ ସଂଘ ମଧ୍ୟ ପୂର୍ଣ୍ଣ ସମର୍ଥନ ଦେଉଛି।

By amfnews

Related Post