Fri. Jul 24th, 2026

ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବିରେ ୧୮ରେ ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ

679 Views

ଜୟପୁର/ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଗତ କିଛି ବର୍ଷ ହେବ ଦାବି ହୋଇ ଆସୁଥିବା ବେଳେ, ଏହି ଆନ୍ଦୋଳନ ଦକ୍ଷିଣ ଓଡ଼ିଶାକୁ ମଧ୍ୟ ପହଞ୍ଚିଛି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଡିସେମ୍ବର ୧୮ ସକାଳ ୬ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଦୋକାନ ବଜାର, ସ୍କୁଲ-କଲେଜ ଓ ଅନ୍ୟାନ୍ୟ ସରକାରୀ ଏବଂ ଘରୋଇ କାର୍ଯ୍ୟାଳୟ ବନ୍ଦ ରହିବ। ବନ୍ଦ ନେଇ ଶନିବାର କୋରାପୁଟ ଜିଲ୍ଲାର ଜୟପୁରରେ ମିଳିତ କ୍ରିୟାନୁଷ୍ଠାନ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି।

ଆଗାମୀ ଡିସେମ୍ବର ୧୮ରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ନେଇ ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିରେ ବନ୍ଦ ଡାକରା ଦିଆଯାଇଛି। ଅବିଭକ୍ତ କୋରାପୁଟ ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ଵାନରେ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ସମୟରେ ଯାନବାହନ ସହ ବଜାର ବନ୍ଦ କରାଯିବ। ସେହିଭଳି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରେଳରୋକ କରାଯିବ ବୋଲି ସୂଚନା ମିଳିଛି।

ମିଳିତ କ୍ରିୟାନୁଷ୍ଠାନର ନବରଙ୍ଗପୁର ଜିଲ୍ଲା ଶାଖା ତରଫରୁ ଡିସେମ୍ବର ୧୩ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ହୋଇଥିବା ଦାବି ଅନୁସାରେ କୋରାପୁଟ ଅଥବା ଜୟପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେଲେ ଏହି ଅଂଚଳର ଲୋକେ ଉପକୃତ ହେବେ।

By amfnews

Related Post