Wed. Sep 23rd, 2026

ହସ୍ପିଟାଲ ନିକଟରେ ବିସ୍ଫୋରଣ, ୭ ମୃତ ୮୫ ଆହତ

239 Views

ନୂଆଦିଲ୍ଲୀ : ଆଫଗାନିସ୍ତାନର ଜାବୁଲ ପ୍ରାନ୍ତରେ ଥିବା ଏକ ସରକାରୀ ହସ୍ପିଟାଲ ନିକଟରେ ବିସ୍ପୋରଣ ହୋଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୫ ଜଣ ଆହତ ହୋଇଛନ୍ତି। ହସ୍ପିଟାଲ ନିକଟରେ ଥିବା ଟ୍ରକଟି ବିସ୍ପୋରଣ ହେବା ପରେ ଏହି ଅଘଟଣ ଘଟିଛି। ସକାଳ ୬ଟା ବେଳେ ଏହି ଅଘଟଣ ଘଟିଥିଲା। ଏହି ବିସ୍ପୋରଣ ପାଇଁ ତାଲିବାନ ନିଜକୁ ଦାୟୀ କରିଛି।

ଆଫଗାନିସ୍ତାନର ଟିଭି ଚ୍ୟାନେଲ୍ ଟୋଲୋ ନ୍ୟୁଜର ରିପୋର୍ଟ ଅନୁଯାୟୀ ବିସ୍ଫୋରଣ ଫଳରେ ପାଖରେ ଥିବା ଅନେକ ଅଫିସ ଘର କ୍ଷତିଗ୍ରସ୍ତ ହୋଇଛି। ପାଖରେ ଜାତୀୟ ସୁରକ୍ଷା ନିର୍ଦ୍ଦେଶାଳୟ ଥିଲେ ମଧ୍ୟ କୌଣସି ଅଧିକାରୀ ଏହି ବିସ୍ପୋରଣରେ ଆହତ କିମ୍ୱା ମୃତାହତ ହୋଇନଥିବା ସୂଚନା ରହିଛି। ତାଲିବାନଙ୍କ ଚାର୍ଗେଟରେ ଜାତୀୟ ସୁରକ୍ଷା ନିର୍ଦ୍ଦେଶାଳୟ ଅଫିସ ଥିଲା ବୋଲି ଜଣାପଡ଼ିଛି।

By amfnews

Related Post