Fri. Jul 3rd, 2026

ହରିୟାଣାର ହିସାର୍‌ ଠାରେ ଦ୍ରୁତଗାମୀ କାର୍‌ ନିୟନ୍ତ୍ରଣ ହରାଇ ମାଡ଼ିଯିବାରୁ ୫ ଶ୍ରମିକ ମୃତ

205 Views

ହିସାର, ନଭେମ୍ବର ୨୧: ହରିୟାଣାର ହିସାର ସହରରେ ବୁଧବାର ପ୍ରତ୍ୟୁଷରେ ଗୋଟାଏ ଦ୍ରୁତଗାମୀ କାର୍‌ ଚଢ଼ିଯିବାରୁ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୫ ଜଣ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି।

ପୁଲିସ ମୁଖପାତ୍ର ହରିଶ ଭରଦ୍ୱାଜ କହିଛନ୍ତି: ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିପାରିଛି ଯେ ଏକ ଓଭର୍‌-ବ୍ରିଜ୍‌ର ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ଶ୍ରମିକମାନେ ବଡ଼ି ସକାଳୁ କାମ ଆରମ୍ଭ କରିଥିଲେ। ଏକ ଦ୍ରୁତଗାମୀ ଆଇ-ଟେ୍ଵଣ୍ଟି କାର୍‌ ନିୟନ୍ତ୍ରଣ ହରାଇ ପୋଲ ଉପରେ କାମ କରୁଥିବା ୫ଜଣ ଶ୍ରମିକଙ୍କ ଉପରେ ଚଢ଼ିଯାଇଥିଲା। ସେମାନେ ଘଟଣାସ୍ଥଳରେ ମରିଯାଇଥିଲେ।

ପୁଲିସ ଘଟନାର ଅଧିକ ତଦନ୍ତ ଆରମ୍ଭ କରିଛି ବୋଲି ଭରଦ୍ୱାଜ କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୁର୍ଘଟନାରେ ଆହତ ହୋଇଥିବା ଶ୍ରମିକମାନଙ୍କୁ ଡାକ୍ତରଖାନାକୁ ନିଆଯାଇଛି।ମୃତ ଶ୍ରମିକମାନେ ହେଲେ ଭୂଷଣ, ଶଙ୍କର, ଗୋବର୍ଦ୍ଧନ, ବିକାଶ ଏବଂ ସତ୍ତନ୍‌ କୁମାର। ବ୍ୟବଚ୍ଛେଦ ନିମନ୍ତେ ସ୍ଥାନୀୟ ସାଧାରଣ ଡାକ୍ତରଖାନାକୁ ଶବଗୁଡ଼ିକ ପଠାଇ ଦିଆଯାଇଛି।

By amfnews

Related Post