Wed. Jul 15th, 2026

ହରିଆଣାରେ ମୋଦୀ କରିବେ ନିର୍ବାଚନୀ ପ୍ରଚାର, ମହାରାଷ୍ଟ୍ରରେ ରାହୁଲ

365 Views

ନୂଆଦିଲ୍ଲୀ  : ହରିଆଣା ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଅଳ୍ପ କେଇ ଦିନ ବାକି ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଚରଖି ଦାଦରି ଓ କରୁକ୍ଷେତ୍ରରେ ନିର୍ବାଚନ ରାଲି କରିବେ ବୋଲି ସୂଚନା ରହିଛି। ପ୍ରଥମେ ଯୋଜନା କରିଥିବା ୪ଟି ସ୍ଥାନରେ ମୋଦୀ ସୋମବାର ରାଲି କରି ସାରିଛନ୍ତି।

ହରିଆଣାସ୍ଥି ବଲ୍ଲବଘର ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଆକ୍ଷେପ କରି ଆକ୍ରମଣାତ୍ମକ ବୟାନ ଦେଇଥିବା ବେଳେ ଧାରା ୩୭୦ ପ୍ରତି ବିରୋଧୀ ଦଳର ମୋହକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏପରିକି ସେ ଚ୍ୟାଲେଞ୍ଜ୍‌ କରି କହିଥିଲେ ଯେ ଯଦି କାହାର ସାହସ ଅଛି ତେବେ ଜମ୍ମୁ-କଶ୍ମୀରରେ ଧାରା ୩୭୦ ପୁଣିଥରେ ଲଗାଇକି ଦେଖାଅ।

‘ମେରେ ସପ୍‌ନୋ କେ ହରିଆଣା’ ଶୀର୍ଷରେ ଛପାଯାଇଥିବା ନିର୍ବାଚନୀ ଘୋଷଣା ପତ୍ରରେ ପ୍ରଧାନମନ୍ତ୍ରୀ ମୋଦୀ ହରିଆଣା ପାଇଁ ଅନେକ ସ୍ୱପ୍ନ ଦେଖିଥିବା ପ୍ରକାଶ କରିଛନ୍ତି।ଅପରପକ୍ଷେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ୟଭତମାଲ୍‌ ଜିଳ୍ଲାର ଓ୍ଵାନି ନିର୍ବାଚନ ମଣ୍ଡଳୀ ଓ ଓ୍ଵାର୍ଧା ଜିଲ୍ଲାର ଅର୍‌ଭି ନିର୍ବାଚନ ମଣ୍ଡଳୀକୁ ସମ୍ବୋଧନ କରିବେ ବୋଲି ସୂଚନା ରହିଛି।

By amfnews

Related Post