Fri. Apr 24th, 2026

ହରିଆଣା ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ ସଦସ୍ୟଙ୍କ ନାଗରିକତା ତଥ୍ୟ ନାହିଁ

162 Views

ଚଣ୍ଡିଗଡ଼ : ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟ, ତାଙ୍କ କ୍ୟାବିନେଟ ସଦସ୍ୟ ଓ ରାଜ୍ୟପାଳଙ୍କ ନାଗରିକତା ସମ୍ପର୍କରେ ରାଜ୍ୟ ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ। ଆରଟିଆଇ ଜରିଆରେ ସେମାନଙ୍କ ନାଗରିକତା ସମ୍ପର୍କରେ ତଥ୍ୟ ମଗା ଯାଇଥିଲା। ହେଲେ ଏନେଇ କୌଣସି ସୂଚନା ନଥିବା ହରିଆଣା ସରକାରଙ୍କ ପକ୍ଷରୁ କୁହାଯାଇଛି।

ଜାନୁଆରୀ ୨୦ରେ ପାନିପତର ଜଣେ ସାମାଜିକ କର୍ମୀ ଆରଟିଆଇ ଜରିଆରେ ମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ ଓ ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କ ନାଗରିକତା ସମ୍ପର୍କରେ ତଥ୍ୟ ଜାଣିବାକୁ ଆବେଦନ କରିଥିଲେ। ସାମାଜିକ କର୍ମୀ ପିପି କପୁରଙ୍କ ଆବେଦନର ଜବାବ ପବ୍ଲିକ ଇନଫରମେସନ ଅଫିସର ଦେଇଛନ୍ତି। ସେ କହିଛନ୍ତି ଯେ, “ଏମାନଙ୍କର ନାଗରିକତା ସମ୍ପର୍କରେ ତଥ୍ୟ ଆମ ପାଖରେ ନାହିଁ। ସମ୍ଭବତଃ ନିର୍ବାଚନ କମିଶନର ଏମାନଙ୍କର ନାଗରିକତା ତଥ୍ୟ ଦେଇ ପାରିବେ।”

ନିର୍ବାଚନ ପ୍ରଚାର ବେଳେ ବେଆଇନ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଖଟ୍ଟର ଏନଆରିସି ଲାଗୁ କରିବା ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ହେଲେ ଏବେ ନିଜ ସରକାରଙ୍କ ପାଖରେ ମୁଖ୍ୟମନ୍ତ୍ରୀଙ୍କ ନାଗରିକତାକୁ ନେଇ ତଥ୍ୟ ନଥିବାରୁ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

By amfnews

Related Post