Thu. Aug 13th, 2026

ସ୍ୱାମୀଙ୍କୁ ହତ୍ୟା କରିଥିଲେ ନକ୍ସଲ, ଏବେ ତାଙ୍କ ସ୍ଥାନରେ ନିର୍ବାଚନ ଲଢ଼ିବେ ପତ୍ନୀ

404 Views

ଦାନ୍ତେୱାଡା : ଲୋକଙ୍କ ସେବା କରୁକରୁ ନକ୍ସଲଙ୍କ ଆକ୍ରମଣର ଶିକାର ହୋଇଥିଲେ ସ୍ୱାମୀ | ତେବେ ଲୋକଙ୍କ ସେବାକୁ ଜୀବନର ମୂଳ ମନ୍ତ୍ର ଭାବେ ବିବେଚନା କରୁଥିବା ପତ୍ନୀ ଏବେ ନିର୍ବାଚନ ମଇଦାନକୁ ଓହ୍ଲାଇବେ | ମିଳିଥିବା ସୂଚନା ମୁତାବକ ଛତିଶଗଡ଼ର ଦାନ୍ତେୱାଡାର ବିଧାୟକ ଥିବା ଭୀମ ମାଣ୍ଡବୀଙ୍କୁ ନକ୍ସଲମାନେ ହତ୍ୟା କରିଥିଲେ |

ଏପ୍ରିଲ ୯ ତାରିଖରେ ବିଜେପି ବିଧାୟକ ଭୀମ ମାଣ୍ଡବୀଙ୍କୁ ନକ୍ସଲମାନେ ସ୍ୟାମଗିରି ଅଞ୍ଚଳରେ ନିର୍ମମ ଭାବେ ହତ୍ୟା କରିଥିବାବେଳେ ସ୍ୱାମୀଙ୍କ ଅଧୁରା କାର୍ଯ୍ୟକୁ ସମାପନ କରିବା ପାଇଁ ଏବେ ଦାନ୍ତେୱାଡାରେ ହେବାକୁ ଥିବା ଉପ ନିର୍ବାଚନରେ ଭୀମଙ୍କ ପତ୍ନୀ ଓଜସ୍ବୀ ମଣ୍ଡଳ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ |

ତେବେ ଓଜସ୍ବୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ସେ କହିଛନ୍ତି ଯେ ଯେଉଁଠାରେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିଲା ସେହିଠାରୁ ହିଁ ସେ ନିଜ ପ୍ରଚାର ଆରମ୍ଭ କରିବେ | ଓଜସ୍ବୀ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କର ଅଧୁରା କାର୍ଯ୍ୟକୁ ସେ ପୁରା କରିବେ | ଏଠାରେ ସୂଚନା ଥାଉ କି ଛତିଶଗଡ଼ ବିଧାନସଭା ନିର୍ବାଚନରେ ସ୍ୟାମଗିରି ଅଞ୍ଚଳରେ ୭୭ ପ୍ରତିଶତ ମତଦାନ ହୋଇଥିଲା |

By amfnews

Related Post