Wed. Sep 30th, 2026

ସ୍ୱାମୀଙ୍କ ସହିତ ବଚସାକୁ ନେଇ ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା

294 Views

ଭୁବନେଶ୍ୱର : ଭୁବନେଶ୍ୱର କେସୁରା ବ୍ୟାଙ୍କ ଏସ୍‌ବିଆଇ କଲୋନିରେ ଗତକାଲି ରାତିରେ ସ୍ୱାମୀ ସହିତ ସମାନ୍ୟ ବଚସା ହେତୁ ଜଣେ ମହିଳା ଅଧ୍ୟାପକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଅସୀମା ନାୟକ ବୋଲି ଜଣାପଡ଼ିଛି। ଅସୀମା ଗୌରାବ କଲେଜ ଅଫ କମର୍ସ, ମ୍ୟାନେଜମେଣ୍ଟ ଆଣ୍ଡ ସାଇନ୍ସରେ ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ।

ପ୍ରକାଶିତ ଖବର ଅନୁସାରେ, ଦମ୍ପତ୍ତିଙ୍କ ମଧ୍ୟରେ କୌଣସି କାରଣରୁ ନେଇ ବଚସା ହୋଇଥିଲା। ଏହି ବଚସା ଧୀରେଧୀରେ ଉଗ୍ର ରୁପ ନେଇଥିଲା। ଫଳରେ ଶିକ୍ଷୟିତ୍ରୀ ଅସୀମା ନାୟକ ନିଜ ରାଗ ଉପରେ ଆୟତ୍ତ ରକ୍ଷା କରି ନପାରି ଘର ଭିତରେ ଥିବା ଛାତରେ ଲାଗିଥିବା ପଙ୍ଖାରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିଲେ।

ଅସୀମାଙ୍କ ସ୍ୱାମୀ ଗମ୍ଭୀର ଅବସ୍ଥାରେ ପତ୍ନୀଙ୍କୁ ଉଦ୍ଧାର କରି ହାଇଟେକ୍‌ ମେଡିକାଲ କଲେଜ ଆଣ୍ଡ ହସ୍‌ପିଟାଲ୍‌ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ଶିକ୍ଷୟିତ୍ରୀଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ପୁଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି। ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି।

By amfnews

Related Post