Wed. Oct 14th, 2026

ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି, ଆନ୍ଧ୍ର ପ୍ରଦେଶର ଲୋକେ ବାଣ୍ଟିଲେ ଖାଦ୍ୟଶସ୍ୟ

226 Views

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପୁଣି ବିରାଟ ପ୍ରଜାମେଳି ଦେଖିବାକୁ ମିଳିଛି। ସ୍ୱାଭିମାନ ଅଞ୍ଚଳର ଓରାପଦର ନିକଟରେ ଗତକାଲି ୫ ହଜାରରୁ ଅଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇଥିଲେ। ସ୍ୱାଭିମାନ ଅଞ୍ଚଳ ପ୍ରତି ପ୍ରଶାସନ କିମ୍ବା ସରକାର ଦୃଷ୍ଟି ଦେଉ ନଥିବା ଓ ସବୁବେଳେ ଅବହେଳା କରି ଆସୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ‘ହୁଡ୍‌ହୁଡ୍‌’ ହେଉ ବା ‘ତିତ୍‌ଲି’  କିମ୍ବା ବନ୍ୟା କେବେବି ଏହି ଅଞ୍ଚଳର କ୍ଷତିଗ୍ରସ୍ତ ଲୋକଙ୍କୁ ପ୍ରଶାସନ କ୍ଷତି ପୂରଣ ଦେଇ ନଥିବା ସ୍ୱାଭିମାନ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହାକୁ ବିରୋଧ କରି ‘ବିଛିନ୍ନାଞ୍ଚଳ ଜନ ବିକାଶ ମଞ୍ଚ’ ପକ୍ଷରୁ ଏହି ମେଳି  ଆୟୋଜିତ ହୋଇଥିଲା। ତେବେ ଏହି ମେଳିରେ ଭିନ୍ନ ଏକ ଚିତ୍ର ଦେଖିବାକୁ ମିଳିଥିଲା। ସୀମାନ୍ତ ଆନ୍ଧ୍ର ପ୍ରଦେଶର ମୁଚିମପୁଟ ବ୍ଲକର  ୧୦ଟି ପଞ୍ଚାୟତର ଲୋକେ ନିଜ ନିଜ ମଧ୍ୟରେ ଖାଦ୍ୟଶସ୍ୟ ସଂଗ୍ରହ କରି ସ୍ୱାଭିମାନ ଅଞ୍ଚଳରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ମାଣ୍ଡିଆ ଓ ସୁଆଁ ଆଦି ବଣ୍ଟନ କରିଥିଲେ। ଏହା  ଓଡ଼ିଶା ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି ବୋଲି ଆଲୋଚନା ହେଉଛି।

By amfnews

Related Post