Sat. Sep 19th, 2026

ସ୍ମାର୍ଟ ଡଷ୍ଟବିନ୍‌ ତିଆରି କଲେ ଛାତ୍ର, ଆବର୍ଜନା ଭର୍ତ୍ତି ହୋ‌ଇଗଲେ ମୋବାଇଲ୍‌କୁ ଆସିବ ମେସେଜ

348 Views

ବାରିପଦା : ସ୍ବଚ୍ଛତା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ପ୍ରୟାସ କରି ସଫଳ ହୋଇଛନ୍ତି ବାରିପଦା ସତ୍ୟସାଇ ବିଦ୍ୟା ମନ୍ଦିରର ଦ୍ବାଦଶ ଶ୍ରେଣୀ ଛାତ୍ର ଅନୁଭବ ଷଡ଼ଙ୍ଗୀ। ସାମାନ୍ୟ ଜ୍ଞାନକୌଶଳର ଉପଯୋଗ କରି ଖୁବ୍‌ କମ୍‌ ଖର୍ଚ୍ଚରେ ସେ ତିଆରି କରିଛନ୍ତି ସ୍ମାର୍ଟ ଡଷ୍ଟବିନ୍‌।

ଏହି ଡଷ୍ଟବିନ୍‌ରେ ରହିଛି ଏକାଧିକ ସୁବିଧା। କୌଣସି ବ୍ୟକ୍ତି ଏହି ଡଷ୍ଟବିନ୍‌ ସାମ୍ନାକୁ ଗଲେ ଏହାର ‌ଦରଜା ଆପେ ଆପେ ଖୋଲିଯିବ। ସେହିପରି ଅଧିକାଂଶ ସମୟରେ ଡଷ୍ଟବିନ୍‌ଗୁଡ଼ିକର ଉପର ଢାଙ୍କୁଣି ଖୋଲାଥାଏ। ଯାହା ଦୁର୍ଗନ୍ଧ ଦେଇଥାଏ। ମାତ୍ର ଏହି ଡଷ୍ଟବିନ୍‌ କିନ୍ତୁ ସବୁବେଳେ ବନ୍ଦ ରହିବ। କେବଳ ବ୍ୟବହାର ସମୟରେ ହିଁ ଖୋଲିବ ଢାଙ୍କୁଣି। ବଡ଼ ବଡ଼ କୋଠାରେ ବର୍ତ୍ତମାନ ସମୟରେ ବ୍ୟବହୃତ ହେଉଥିବା ସେନ୍‌ସରଯୁକ୍ତ ଲିଫ୍ଟ ଭଳି ଏହା କାର୍ଯ୍ୟ କରିବ। ସବୁଠାରୁ ବଡ଼ କଥା ହେଉଛି ଏହି ସ୍ମାର୍ଟ ଡଷ୍ଟବିନ୍‌କୁ ମୋବାଇଲ୍‌ ସହିତ ଜିପିଏସ୍‌ରେ ସଂଯୋଗ କରାଯାଇ ପାରିବ। ଫଳରେ ଡଷ୍ଟବିନ୍‌ଟି ଭର୍ତ୍ତି ହୋଇଗଲେ ମୋବାଇଲ୍‌କୁ ସୂଚନା ଯିବ। ଅନୁଭବଙ୍କ ଏହି ନୂଆ ଉଦ୍‌ଭାବନ ସ୍ବଚ୍ଛତା କ୍ଷେତ୍ରରେ ଏକ ବଡ଼ ଅସ୍ତ୍ର ଭବେ ବ୍ୟବହାର କରାଯଇ ପାରିବ। ଖୁବ୍‌ କମ୍‌ ଖର୍ଚ୍ଚରେ ଏହି ସ୍ମାର୍ଟ ଡଷ୍ଟବିନ୍‌ ନିର୍ମାଣ କରାଯାଇପାରିବ ବୋଲି କହିଛନ୍ତି ଅନୁଭବ।

By amfnews

Related Post