Tue. Aug 18th, 2026

‘ସ୍ପେସ୍ଏକ୍ସ୍‌’ର ପ୍ରଥମ ମହାକାଶଚାରୀ ପ୍ରେରଣ ଆମେରିକା ପାଇଁ ଗୋଟାଏ ‘ଅନନ୍ୟ ମୁହୂର୍ତ୍ତ’: ନାସା

316 Views

ନୂଆଦିଲ୍ଲୀ: ଅରବପତି ବ୍ୟବସାୟୀ ଏଲନ୍ ମସ୍କ୍‌ଙ୍କ ମାଲିକାନାରେ ଥିବା ‘ସ୍ପେସ୍ଏକ୍ସ୍‌’ ଆଜି ଯୁକ୍ତରାଷ୍ଟ୍ର ଆମେରିକାରୁ ମହାକାଶକୁ ମହାକାଶଚାରୀ ପ୍ରେରଣ କରିବ। ଏହା ଆମେରିକା ପାଇଁ ‘ଅନନ୍ୟ ମୁହୂର୍ତ୍ତ’ ବୋଲି ଅଗ୍ରଣୀ ମହାକାଶ ଏଜେନ୍‌ସି ‘ନାସା’ କହିଛି।

ଏହାଛଡ଼ା, ଆସନ୍ତା ଅଗଷ୍ଟ ୩୦ ତାରିଖ ଦିନ ‘ସ୍ପେସ୍ଏକ୍ସ୍’ର ପରବର୍ତ୍ତୀ ମହାକାଶଚାରୀ ପ୍ରେରଣ ଅଭିଯାନ ହେବ ବୋଲି ମଧ୍ୟ ‘ନାସା’ ମଙ୍ଗଳବାର ଦିନ ଘୋଷଣା କରିଛି।

ନାସାସୂତ୍ରରୁ ପ୍ରକାଶ ଯେ ଆଜି ‘ସ୍ପେସ୍ଏକ୍ସ୍’ ଉତ୍‌କ୍ଷେପଣ କରୁଥିବା ଐତିହାସିକ ‘ଡେମୋ-୨’ର ଫଳାଫଳ ଉପରେ ପରବର୍ତ୍ତୀ ମହାକାଶଚାରୀ ପ୍ରେରଣ ଅଭିଯାନ ବିଶେଷ ଭାବେ ନିର୍ଭର କରୁଛି। ଆଜିର ରକେଟ୍ ଉତ୍‌କ୍ଷେପଣ ନିମନ୍ତେ ଇଷ୍ଟର୍ଣ୍ଣ ଡେ’ଲାଇଟ୍ ଟାଇମ୍ ଅପରାହ୍ଣ ୪: ୩୩ ମିନିଟ୍ (ଭାରତୀୟ ସମୟ ରାତି ୨. ୦୩) ଧାର୍ଯ୍ୟ କରାଯାଇଛି।

ପ୍ରଥମ ଥର ସ୍ପେସ୍ଏକ୍ସ୍ ‘କ୍ରୁ ଡ୍ରାଗନ୍ କ୍ୟାପ୍ସୁଲ୍’ରେ ମହାକାଶଚାରୀ ପ୍ରେରଣ କରୁଥିବାରୁ ‘ଡେମୋ-୨’ ଉତ୍‌କ୍ଷେପଣ ଏକ ଐତିହାସିକ ଘଟଣା ହେବ। ଏହାଛଡ଼ା ନାସାର ମାନବବାହୀ ମହାକାଶଯାନ ପାଇଁ ମଧ୍ୟ ଏହା ଗୋଟାଏ ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତ ହେବ। ଏହାର କାରଣ, ୨୦୧୧ରୁ ନାସାର ନିଜ ସ୍ପେସ୍ ସଟଲ୍‌ର କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ ରୁଷ୍‌ ସହାୟତାରେ ଏହା ଉତ୍‌କ୍ଷେପଣ କରାଯିବ।

ନାସାର ପ୍ରଶାସନିକ ଅଧିକାରୀ ଜିମ୍ ବ୍ରାଇଡେନ୍‌ଷ୍ଟାଇନ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଆମ ଦେଶ ଅନେକ ବିପତ୍ତିର ସମ୍ମୁଖୀନ ହୋଇଛି। କିନ୍ତୁ, ଏହା ହେଉଛି ଗୋଟାଏ ଅନନ୍ୟ ମୁହୂର୍ତ୍ତ, ଯେତେବେଳ ସମସ୍ତ ଆମେରିକୀୟ ଦେଖିବେ ଆମ ଦେଶ ପୁଣି କିଛି ଆଚମ୍ବିତ ହେବା ପରି କାମ କରିଛି। ସମୟ ସ୍ରୋତର ଗୋଟିଏ କ୍ଷଣରେ ସମସ୍ତ ଆମେରିକୀୟଙ୍କୁ ଏକତ୍ର କରିବାର ଏହା ଗୋଟାଏ ଅନନ୍ୟ ସୁଯୋଗ। ଏକତ୍ର ହୋଇ ସେମାନେ କହିବେ, ‘ଦେଖ ଭବିଷ୍ୟତ କେତେ ଉଜ୍ଜ୍ବଳ।’

By amfnews

Related Post