Wed. Sep 30th, 2026

ସ୍ତ୍ରୀଙ୍କର ମୁଣ୍ଡକାଟି ରାତିରେ ଆଠ କିଲୋମିଟର ଚାଲି ଚାଲି ଆସି ଥାନାରେ ଆତ୍ମସମର୍ପଣ କଲେ ସ୍ବାମୀ

224 Views

ଭୁବନେଶ୍ବର : ପୁରୀ ଜିଲ୍ଲା ଅନ୍ତର୍ଗତ ଅସ୍ତରଙ୍ଗ ବ୍ଲକର ରାଇବେରୁଁହା ଗାଁରେ ନିଜ ସ୍ତ୍ରୀଙ୍କର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ତାଙ୍କୁ ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଆହୁରି ଚାଞ୍ଚଲ୍ୟକର ଖବର ହେଉଛି ଯେ ଉକ୍ତ ସ୍ବାମୀ, ସ୍ତ୍ରୀର କଟାମୁଣ୍ଡ ଧରି ରାତିରେ ନିଜ ଗାଁରୁ ପ୍ରାୟ ଆଠ କିଲୋମିଟର ଚାଲି ଚାଲି ଆସି ଥାନାରେ ଆତ୍ମସମର୍ପଣ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ରାଇବେରୁଁହା ଗାଁର ଗଣେଶ ବେହେରା ଚେନ୍ନାଇରେ କାମ କରନ୍ତି । ସେ କିଛି ଦିନ ହେବ ଗାଁକୁ ଆସିଥିଲେ । ସେ ସ୍ତ୍ରୀ ଅନ୍ନପୂର୍ଣ୍ଣାଙ୍କର ଅନ୍ୟ ପୁରୁଷ ସହିତ ସମ୍ପର୍କ ଥିବା ନେଇ ସନ୍ଦେହ କରିଥିଲେ । ଏ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥିଲା । ମାତ୍ର ଏହା ଗତକାଲି ରାତି ପ୍ରାୟ ୧୧ଟା ବେଳେ ଉଗ୍ରରୂପ ଧାରଣ କରିଥିଲା ।

ଗତକାଲି ବିଳମ୍ବିତ ରାତିରେ ଗଣେଶ ତାଙ୍କ ସ୍ତ୍ରୀଙ୍କୁ ପିଶାଚ ପରି ହତ୍ୟା କରିଥିଲେ । ଏକ ଧାରୁଆ ଅସ୍ତ୍ରରେ ସେ ସ୍ତ୍ରୀଙ୍କ ବେକକୁ କାଟି ମୁଣ୍ଡ ଓ ଶରୀରକୁ ଅଲଗା କରି ଦେଇଥିଲେ । ଏହା ପରେ ସେ ନିଜେ ସେହି କଟାମୁଣ୍ଡକୁ ଧରି ନିଜ ଗାଁରୁ ପ୍ରାୟ ଆଠ କିଲୋମିଟର ଚାଲି ଚାଲି ଆସି ଥାନାରେ ଆତ୍ମସମର୍ପଣ କରିଥିଲେ । ପୁଲିସ ଅନ୍ନପୂର୍ଣ୍ଣାଙ୍କର ଶବ ଜବତ କରି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

By amfnews

Related Post