Sat. Oct 17th, 2026

ସ୍ତ୍ରୀ’କୁ ହତ୍ୟା କରି ସ୍ବାମୀ ଗିରଫ

223 Views

ନିମାପଡ଼ା, ଡିସେମ୍ବର ୦୬: ଅଧିକ ଯୈାତୁକ ପାଇବା ଲୋଭରେ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ  ସଲଙ୍ଗ ପଞ୍ଚାୟତ ମଠସାହି ଗ୍ରାମର ପ୍ରତାପ କାଣ୍ଡିକୁ ପୁଲିସ ଗିରଫ କରିଛି। ଆସନ୍ତାକାଲି ତାକୁ କୋର୍ଟ ଚାଲଣ କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ପ୍ରତାପ ଗତ ଫେବ୍ରୁଆରି ମାସରେ ‌ଗୋପ ଥାନା ଅନ୍ତର୍ଗତ ବେଗୁନିଆଁର ବାଦଲ ବେହେରାଙ୍କୁ ଭଲ ପାଇ ମନ୍ଦିରରେ ବିବାହ କରିଥିଲେ। ଗତକାଲି ବାଦଲଙ୍କୁ ହତ୍ୟା କରି ଘରେ ଫ୍ୟାନରେ ଲୁଗାବାନ୍ଧି ଝୁଲାଇ ଦିଆଯାଇଥିବା ନେଇ ମୃତ ବାଦଲଙ୍କ ପିତା କୃଷ୍ଣ ଭୋଇ ନିମାପଡ଼ା ଥାନାରେ ଅଭିଯୋଗ କରିଛନ୍ତି।

By amfnews

Related Post