Fri. Jul 3rd, 2026

ସୋମବାର ଦିନ ସିବିଆଇ ଗିରଫଦାରି ବିରୋଧରେ ପି ଚିଦମ୍ବରମଙ୍କ ଆବେଦନ ଶୁଣାଣି କରିବେ ସୁପ୍ରିମ୍‌ କୋର୍ଟ

216 Views

ନୂଆଦିଲ୍ଲୀ  : ଆଇଏନ୍‌ଏକ୍ସ୍‍ ମିଡିଆ ମାମଲାରେ ସିବିଆଇ ହାଜତରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମ୍‌ଙ୍କ ଜାମିନ ଶୁଣାଣି ସୋମବାର ପାଇଁ ପୋଷ୍ଟ୍‍ କରିଛନ୍ତି ସୁପ୍ରିମ୍‌ କୋର୍ଟ। ଅର୍ଥାତ୍‌ ସେ ଅଗଷ୍ଟ ୨୬ ତାରିଖ ଯାଏଁ ସିବିଆଇ ହାଜତରେ ରହିବେ।

ଦୁଇଟି ମାମଲା- ସିବିଆଇ ଆଦେଶର ଆଗୁଆ ଜାମିନ ଆବେଦନ ଏବଂ ନିମ୍ନ ଅଦାଲତଙ୍କ ବିରୋଧରେ ଏସ୍‌ଏଲ୍‌ପି- ସଂକ୍ରାନ୍ତରେ ବିଚାରପତି ଆର୍‌. ଭାନୁମତୀ କହିଲେ, ସିବିଆଇ ମାମଲା ସଂକ୍ରାନ୍ତରେ ଅଦାଲତ୍‌ ଉଭୟ ମାମଲାର ସୋମବାର ଦିନ ଶୁଣାଣି କରିବେ।

ମାମଲା ସଂକ୍ରାନ୍ତରେ ଯୁକ୍ତିବାଢ଼ି ଚିଦମ୍ବରମ୍‌ଙ୍କ ଓକିଲ କପିଳ ଶିବଲ କହିଲେ, ପିଟିସନ୍‌ ସ୍ୱାଧୀନତା ପାଇଁ ତାଙ୍କର ମୌଳିକ ଅଧିକାର ପ୍ରସଙ୍ଗ ଉଠାଉଛି। ସାତ ମାସ ପରେ ବୁଧବାର ଅପରାହ୍ଣ ୩: ୨୦ ମିନିଟ୍‌ରେ ହାଇକୋର୍ଟ ଆଦେଶ ଦେଇ କହିଲେ ସମୟ ଦେବା ପାଇଁ ଆମେ ଆବେଦନ କରିପାରିଥାଆନ୍ତୁ। ଅପରାହ୍ଣ ୪ଟା ବେଳେ ଆବେଦନ ଖାରଜ କରାଗଲା। ଆମେ ସୁପ୍ରିମ୍‌ କୋର୍ଟକୁ ଆସି ତୁରନ୍ତ ଶୁଣାଣି ପାଇଁ ଆବେଦନ କଲୁ। ପରଦିନ ପ୍ରଧାନ ବିଚାରପତିଙ୍କ ନିକଟକୁ ଯିବାକୁ ଆମକୁ କୁହାଗଲା… ଆମେ ରାତାରାତି ପିଟିସନ୍‌ ପ୍ରସ୍ତୁତ କଲୁ.. ଦୁଇ ଘଣ୍ଟା ପାଇଁ ସିବିଆଇ କୋର୍ଟରେ ଚିଦମ୍ବରମ୍‌ ହାଜର ହେବାକୁ ରାତି ବାରଟା ବେଳେ ନୋଟିସ ଲଗାଗଲା… ଏ ଭଳି ନୋଟିସ୍‌ ପାଇଁ କୌଣସି ବ୍ୟବସ୍ଥା ନାହିଁ।

By amfnews

Related Post