Sun. Sep 27th, 2026

ସୋମବାର କାର୍ଯ୍ୟରେ ଯୋଗ ଦେବେ ନୂଆ ପୁଲିସ ଡିଜି

184 Views

କଟକ : ରାଜ୍ୟ ପୁଲିସର ନୂଆ ମହାନିର୍ଦ୍ଦେଶକ (ଡିଜି) ଭାବେ ଡିସେମ୍ବର ୯ ତାରିଖ, ସୋମବାର ଦିନ ଯୋଗଦେବେ ବରିଷ୍ଠ ଆଇପିଏସ୍ ଅଫିସର ଅଭୟ। ୧୯୮୬ ବ୍ୟାଚର ଆଇପିଏସ୍ ଅଫିସର ଅଭୟ ଏବେ ହାଇଦ୍ରାବାଦସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜାତୀୟ ପୁଲିସ ଏକାଡେମିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୮ ଜାନୁଆରି ୨ ତାରିଖରୁ ଅଭୟ ଜାତୀୟ ପୁଲିସ ଏକାଡେମିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ପୁଲିସ ବିଭାଗର ଡିଜି ଦାୟିତ୍ବରେ ଥିବା ବରିଷ୍ଠ ଆଇପିଏସ୍ ଅଫିସର ଡକ୍ଟର ସତ୍ୟଜିତ ମହାନ୍ତିଙ୍କଠାରୁ ଅଭୟ ଦାୟିତ୍ବ ଗ୍ରହଣ କରିବେ। ସୋମବାର ଦିନ କଟକ ବକ୍ସିବଜାରସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଦାୟିତ୍ବ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

By amfnews

Related Post