Fri. Sep 4th, 2026

ସେବା ସମବାୟ ସମିତି ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ଉ

224 Views

ଭଦ୍ରକ  : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍‌ ତେସିଙ୍ଗା ସେବା ସମବାୟ ସମିତିର ସମ୍ପାଦକ ରାଜେନ୍ଦ୍ର ଖଣ୍ଡେଇଙ୍କ ଘର ଉପରେ ଆଜି ଭିଜିଲାନ୍ସ ଚଢ଼ଉ ହୋଇଛି। ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୬ଟି ସ୍ଥାନରେ ଏହି ଚଢ଼ଉ କରାଯାଇଛି।

ରାଜେନ୍ଦ୍ରଙ୍କ ବାସଭବନ, ଇଟା ଫ୍ୟାକ୍ଟ୍ରି, ଶ୍ୱଶୁର ଘର, ତେସିଙ୍ଗା ସେବା ସମବାୟ ସମିତି କାର୍ଯ୍ୟାଳୟ, ତେସିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ଓ ତାଙ୍କ ବନ୍ଧୁଙ୍କ ଘରେ ମଧ୍ୟ ଭିଜିଲାନ୍ସ କର୍ମଚାରୀ ଚଢ଼ଉ ଜାରି କରିଛନ୍ତି। ରାଜେନ୍ଦ୍ରଙ୍କ ସ୍ତ୍ରୀ ସଙ୍ଗୀତା ଖଣ୍ଡେଇ ତେସିଙ୍ଗାର ସରପଞ୍ଚ ଅଛନ୍ତି।

By amfnews

Related Post