Wed. Jul 1st, 2026
314 Views

ମୁମ୍ବାଇ: ଜଣଙ୍କ ପରେ ଜଣେ ବଲିଉଡ ତାରକାଙ୍କ ଦୁଃଖଦ ବିୟୋଗ ଏବେ ସିନେ ଜଗତକୁ ଦୋହଲାଇ ଦେଇଛି | ବଲିଉଡର ଜଣେ ଲୋକପ୍ରିୟ କଳାକାର ଭାବେ ଜଣାଶୁଣା ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଜି ମୁମ୍ବାଇରେ ଥିବା ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବାନ୍ଦ୍ରାସ୍ଥିତ ନିଜ ଫ୍ଲାଟର ଏକ କୋଠରିରେ ସୁଶାନ୍ତଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବାର ଦେଖିବାକୁ ମିଳିଥିବା ବେଳେ ମୃତ୍ୟୁର କାରଣ ଜଣା ପଡି ନାହିଁ। ତେବେ ତାଙ୍କ ଶେଷ ସମୟରେ ସେ ନିଜ ମା’ଙ୍କୁ ଖୁବ ମନେ ପକାଇଥିଲେ ବୋଲି ଜଣା ପଡିଛି | ଆତ୍ମହତ୍ୟା ଭଳି ପଦକ୍ଷପ ନେବା ପୂର୍ବରୁ ସେ ନିଜ ବିଷୟରେ ନିଜ ମା’ଙ୍କୁ ଜଣାଇଥିବା ଏବେ ସାମ୍ନାକୁ ଆସିଛି |

ଏକ ସପ୍ତାହ ପୂବରୁ ସେ ଇନଷ୍ଟାରେ ନିଜ ମାଙ୍କ ସହ ନିଜର ଫଟୋ ଯୋଡି ଏକ ପୋଷ୍ଟ କରିଥିଲେ | ପୋଷ୍ଟର କ୍ୟାପ୍ସନରେ ଲେଖା ଥିଲା, ‘ଲୁହରେ ବାଷ୍ପୀଭୂତ ହେଉଥିବା ଝାପ୍ସା ଅତୀତ | ଅସରନ୍ତି ସ୍ୱପ୍ନଗୁଡ଼ିକ ହସଖୁସିରେ ଖୋଦିତ ଏବଂ ଏକ କ୍ଷଣସ୍ଥାୟୀ ଜୀବନ | ଉଭୟଙ୍କ ମଧ୍ୟରେ ବୁଝାମଣା…#ମା’ ବୋଲି ଲେଖିଥିଲେ ସୁଶାନ୍ତ | ସୁଶାନ୍ତ ନିଜ ମା’ଙ୍କୁ ସବୁଠାରୁ ଅଧିକ ଭଲପାଉ ଥିଲେ ମଧ୍ୟ ସେ ତାଙ୍କ ମା’ଙ୍କଠାରୁ ଅଧିକ ପ୍ରେମ ପାଇପାରି ନଥିଲେ। ୧୬ବର୍ଷ ବୟସରେ ହିଁ ସେ ନିଜ ମା’ଙ୍କୁ ହରାଇଥିଲେ | ସେଥିପାଇଁ ମୃତ୍ୟୁର ଅତି ନିକଟରେ ଥିବା ସୁଶାନ୍ତ ନିଜ ମା’ଙ୍କୁ ମନେ ପକାଇଥିବା ଚର୍ଚ୍ଚା ହେଉଛି |

By amfnews

Related Post