Fri. Sep 11th, 2026

ସୁରତ ଫେରନ୍ତାଙ୍କୁ ଗ୍ରାମରେ ପୁରାଇ ଦେବେ ନାହିଁ ବୋଲି କହି ପୁଲିସ ଉପରକୁ ଟେକା ପଥର ମାଡ଼ କଲେ ଗ୍ରାମବାସୀ

301 Views

ଛତ୍ରପୁର: ସୁରତ ଫେରନ୍ତାଙ୍କୁ ଗ୍ରାମରେ ପୁରାଇ ଦେବେ ନାହିଁ ବୋଲି କେତେକ ଗ୍ରାମବାସୀ ଜିଦ୍ ଧରିବାରୁ ତୁମୁଳକାଣ୍ଡ ଘଟିଛି। ଗତକାଲି ଛତ୍ରପୁର ବ୍ଲକର ଆର୍ଯ୍ୟପଲ୍ଲୀ ପଞ୍ଚାୟତ ଅଧୀନସ୍ଥ ସାନ ଆର୍ଯ୍ୟପଲ୍ଲୀ ଗ୍ରାମରେ ଏହି ଘଟଣା ଘଟିଥିବା ଜଣାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତିକାଲି ରାତିରେ ଗଞ୍ଜାମ ଜିଲ୍ଲାର  ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ପୁଲିସ ଏକ ବସ୍ ଯୋଗେ ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ୧୧ଜଣଙ୍କ ସମେତ ୪୦ ଜଣ ସୁରତ ଫେରନ୍ତାଙ୍କୁ ଧରି ସଙ୍ଗରୋଧ କେନ୍ଦ୍ରରେ ରଖିବାକୁ ଆଣିଥିଲା। ଏ ଖବର ପାଇବା ମାତ୍ର କେତେକ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ପୁଲିସ ଯେତେ ବୁଝାଇଲେ ବି ଲୋକେ ମାନିବାକୁ ପ୍ରସ୍ତୁତ ହେଲେ ନାହିଁ। ସଙ୍ଗରୋଧ କେନ୍ଦ୍ରରେ ସୁରତ ଫେରନ୍ତାଙ୍କୁ ପୁରାଇ ଦେବେ ନାହିଁ ବୋଲି କହି ପୁଲିସ ଉପରକୁ ଗ୍ରାମବାସୀ ଟେକା ପଥର ଫୋପାଡ଼ି ଥିଲେ।

ଏହାପରେ ବାଧ୍ୟ ହୋଇ ପୁଲିସ୍ ଘଟଣାସ୍ଥଳରେ ଲାଠିଚାଳନା କରିଥିଲା। ତଥାପି ଗ୍ରାମବାସୀ ଜିଦରେ ଅଟଳ ରହିଥିଲେ। ଏହାପରେ ପୁଲିସ୍ ଅନ୍ୟ ଉପାୟ ନ ପାଇ ୪୦ ଜଣ ସୁରତ ଫେରନ୍ତାଙ୍କୁ ସାଙ୍ଗରେ  ଧରି ଫେରିଯାଇଥିଲା। ଏବେ ବି ସେଠାରେ ଚାପା ଉତ୍ତେଜନା ଲାଗି ରହିଥିବା ଜଣାଯାଇଛି।

By amfnews

Related Post