Thu. Jul 2nd, 2026

ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେର ୨ ଆତଙ୍କବାଦୀ ମୃତ

246 Views

ଶ୍ରୀନଗର, ସେପ୍ଟେମ୍ବର ୧୧ :

ଆଜି ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଦୁଇଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ଆଜି ସକାଳେ ଜମ୍ମୁ ଓ କଶ୍ମୀରର କୁପଓ୍ଵାଡ଼ା ଜିଲ୍ଲା ହାଣ୍ଡଓ୍ଵାଡ଼ା ର ଗଲୁରା ଅଞ୍ଚଳରେଏହି ଗୁଳି ବିନିମୟ ଘଟିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଆଜି ଭୋରରୁ କେତେକ ଆତଙ୍କବାଦୀ କୁପଓ୍ଵାର ଜିଲ୍ଲାର ହାଣ୍ଡଓ୍ଵାରାର ଗଲୁର ଅଞ୍ଚଳରେ ଛପି ରହିଥିବା ସୂଚନା ପାଇ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ୍‌ ପାଇଁ ସେଠାକୁ ଯାଇଥିିବାବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଅଚାନକ ଗୁଳି ଚଳାଇଥିଲେ। ଜବାବରେ ସୁରକ୍ଷା କର୍ମୀମାନେ ଗୁଳି ଚଳାଇଥିଲେ। ସୁରକ୍ଷା କର୍ମୀଙ୍କ ଗୁଳିମାଡ଼ରେ ସେହିଠାରେ ଦୁଇଜଣ ଆତଙ୍କବାଦୀ ଟଳିପଡ଼ିଛନ୍ତି। ତେବେ ଏହି ଆତଙ୍କବାଦୀଙ୍କ ପରିଚୟ ଓ ସେମାନେ କେଉଁ ଆତଙ୍କବାଦୀ ସଙ୍ଗଠନ ସହିତ ସମ୍ପୃକ୍ତ ତାହା ଜଣାପଡ଼ି ନାହିଁ। ତେବେ ସେହି ଅଞ୍ଚଳରେ ଆଉ କେତେକ ଆତଙ୍କବାଦୀ ଛପି ରହିଥିବାନେଇ ସୁରକ୍ଷା କର୍ମୀଙ୍କୁ ନିର୍ଦ୍ଦିଷ୍ଟ ସୂଚନା ମିଳିଥିବାରୁ ପୁଲିସ ସମଗ୍ର ଅଞ୍ଚଳକୁ କର୍ଡ଼ନ କରି ସର୍ଚ୍ଚ ଅପରେସନ୍‌ ଚଳାଇଛି।

By amfnews

Related Post